Home ଓଡ଼ିଶା ବାଗେଡିଆ ଧର୍ମଶାଳା – ଜିଲ୍ଲା ପ୍ରଶାସନ ଅଧୀନକୁ ନେଲା

ବାଗେଡିଆ ଧର୍ମଶାଳା – ଜିଲ୍ଲା ପ୍ରଶାସନ ଅଧୀନକୁ ନେଲା

49

ପୁରୀ ୨୧-୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀର ବାଗେଡିଆ ଧର୍ମଶାଳାକୁ ପୁରୀ ଜିଲ୍ଲା ପ୍ରଶାସନ ନିଜ ଅଧୀନକୁ ନେଇଛି। ସରକାରି ଚୁକ୍ତି ନାମା ଖିଲାପ କରିବା ଅଭିଯୋଗକୁ ନେଇ ହୋଇ ଥିବା ଏକ ମାମଲାରେ ଆଡ଼ିସନାଲ ଏକଜୁଟିଭ ମାଜିସଷ୍ଟ୍ରେଟ ମାମଲାର ଶୁଣାଣି କରି ବାଗେଡ଼ିଆ ଧର୍ମଶାଳାକୁ ପୁରୀ ଜିଲ୍ଲା ପ୍ରଶାସନ ଅଧୀନକୁ ନେବା ନିର୍ଦ୍ଦେଶ ମିଳିବା ପରେ ସମ୍ପୂର୍ଣ ଧର୍ମଶାଳା କୁ ନିଜ୍ ଅକ୍ତିଆର କୁ ନେଇଛି ପୁରୀ ପ୍ରଶାସନ। ଏ ନେଇ ନୋଟିସ ମରା ଯାଇଛି ଧର୍ମଶାଳାରେ। ଜିଲା ପ୍ରଶାସନ ର ବିନା ଅନୁମତିରେ ପ୍ରବେଶ ନିଷେଧ ରହିଛି ଏହି ନୋଟିସ ରେ। ଏବେ ବାଗେଡିଆ ଧର୍ମଶାଳାରେ ସିଂହ ଦ୍ବାରା ଥାନା, ଆରଆଇ ଅଫିସ ଚାଲୁଥିବା ବେଳେ ଆଗାମୀ ଦିନର ସରକାରି କାର୍ଯ୍ୟକ୍ରମ ଅଥବା ସରକାରି ଅଫିସ ଏଠାରେ ଚାଲିବ ବୋଲି ପୁରୀ ତହସିଲଦାର୍ କହିଛନ୍ତି। ପୁରୀ ଶ୍ରୀମନ୍ଦିର ନିକଟ ବଡ଼ଦାଣ୍ଡରେ ଏହି ତିନି ମହଲା ବିଶିଷ୍ଟ ବାଗେଡିଆ ଧର୍ମଶାଳା ରହିଛି। ପୂର୍ବରୁ ଭକ୍ତ ମାନେ ଏଠାରେ ରହିବା ପାଇଁ ରୁମ୍ ଭଡ଼ା ସୂତ୍ରରେ ଦିଆଯାଉଥିଲା। ହେଲେ ଏହାର ଟ୍ରଷ୍ଟ ବୋର୍ଡ ଏହି ନିୟମ ଉଲଘଂନ କରୀ ଧର୍ମଶାଳାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ଲଗାଇବା ନେଇ ଅଭିଯୋଗ ହୋଇଥଲା। ସରକାରି ଜାଗାରେ ନିର୍ମିତ ହେଇଥିଲା ଏହି ଧର୍ମଶାଳା। ତେବେ ଚୁକ୍ତି ନାମା ଖିଲାପ ଅଭିଯୋଗ ନେଇ ଏ ନେଇ ଗତ ୧୯୯୦ ମସିହାରେରେ ଏକ ମାମଲା ପୁରୀ ତହସିଲଦାର୍ ଙ୍କ କୋର୍ଟ ରେ ହୋଇଥଲା। ପରବର୍ତ୍ତୀ ସମୟରେ ଏହି ମାମଲା ଆଡ଼ିସନାଲ ଏକଜୁଟିଭ ମାଜିସଷ୍ଟ୍ରେଟଙ୍କ କୋର୍ଟ ରେ ଶୁଣାଣି ହୋଇ ଥିଲା। ଧର୍ମଶାଳା ଟ୍ରଷ୍ଟ ବୋର୍ଡ ନିୟମ ଉଲଘଂନ କରିଥିବା ହେତୁ ଧର୍ମଶାଳାକୁ ପୁରୀ ଜିଲା ପ୍ରଶାସନ ନିଜ ଅଧୀନ କୁ ନେବା ନେଇ ଏଡ଼ିଏମ କୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରଶାସନ ସବୁ ରୁମ୍ ସିଲ କରିଛି। ଦୋଳମଣ୍ଡପ ସାହିର ମୌଜା ୧ ରେ ଥିବା ଏହି ୪୬.୫୦୦ ଡିସିମିଲ ଜମି କୁ ଜିଲା ପ୍ରଶାସନ ନିଜ ଅଧୀନକୁ ନେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.