Home ଜିଲ୍ଲା ପରିକ୍ରମା ରାସ୍ତା ଓ ଗୃହ ଅନୁବିଭାଗ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରୁ ଲକ୍ଷାଧିକ ଟଙ୍କାର ବେଆଇନ୍ ଗଛକଟାକୁ...

ରାସ୍ତା ଓ ଗୃହ ଅନୁବିଭାଗ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରୁ ଲକ୍ଷାଧିକ ଟଙ୍କାର ବେଆଇନ୍ ଗଛକଟାକୁ ନେଇ ବଢୁଛି ଅସନ୍ତୋଷ

25

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଳକ ଅନ୍ତର୍ଗତ ଧୂଷୁରୀ(ରାସ୍ତା ଓ ଗୃହ) ଅନୁବିଭାଗର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ବେତାଳିଗାଁ ଠାରେ ଥିବାବେଳେ ଉକ୍ତ କାର୍ଯ୍ୟାଳୟର ପରିତ୍ୟକ୍ତ ଅବସ୍ଥାରେ ଥିବା ଏକ ସରକାରୀ ଘରକୁ ଭଙ୍ଗାଯାଇଥିବାବେଳେ ସେଥିରୁ ଲକ୍ଷ ଲକ୍ଷ ଟଙ୍କାର ଘରସାମଗ୍ରୀ କାଠ, ଟିଣ, କବାଟ, ଝରକା ଓ ଇଟା କାର୍ଯ୍ୟାଳୟ ପରିସରରୁ ଠିକାଦାର ବେଆଇନ୍ ଭାବରେ ବିକ୍ରିକରିଦେଇଥିବାବେଳେ ସେହି କାର୍ଯ୍ୟାଳୟ ପରିସରରୁ ବହୁ ମୁଲ୍ୟବାନ ଗଛକୁକାଟି ଦେଇଥିବା ଦେଖିବାକୁ ମିଳିଛି। ସବୁଠାରୁ ବଡ଼କଥା ହେଲା ଉକ୍ତ ସରକାରୀ ଜାଗାରେ ଥିବା ସେହି ପୁରୁଣା ଗଛକୁ ବନବିଭାଗ ଠାରୁ ଅନୁମତି ନନେଇ ଗଛକାଟିବା ସହ ବେଆଇନ୍ ଭାବରେ ସରକାରୀ ଘରକୁ ଭାଙ୍ଗି ଟିଣକାଠ ଇତ୍ୟାଦି ବିକିଦେବା ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କରେ ବିଭାଗୀୟ ସହକାରୀଯନ୍ତ୍ରୀ ଅମ୍ବିକାବଲ୍ଲଭ ସ୍ୱାଇଁକୁ ଯୋଗାଯୋଗ କରିବାରୁ ସେ କହିଥିଲେ କାର୍ଯ୍ୟାଳୟ ପରିସରରେ ଥିବା ଗଛ ବନ୍ୟପ୍ରାଣୀ ବିଭାଗର ବିନା ଅନୁମତିରେ କଟାଯାଇଥିବା କଥା ସେ ସ୍ୱୀକାର କରିଥିଲେ ଏବଂ ସରକାରୀ ଘରକୁ ଭାଙ୍ଗିବା ସମ୍ପର୍କରେ ପଚାରିବାରୁ ସେ କହିଥିଲେ ଉକ୍ତ ପରିତ୍ୟକ୍ତ ଘରୁ ସରିଶୃପ ବାସକରୁଥିବାରୁ ଉକ୍ତଘରକୁଭାଙ୍ଗି ଦିଆଯାଇଥିଲା। ତେବେ ଆଖଣ୍ଡଳମଣୀ ରାସ୍ତା ନିର୍ମାଣ ପାଇଁ ଦାୟିତ୍ୱ ନେଇଥିବା ଠିକାଦାରଙ୍କ ଦ୍ୱାରା ଭଙ୍ଗାଯାଇଥିବା କଥା ସେ କହିଥିଲେ। ଏଠାରେ ପ୍ରଶ୍ନ ଉଠୁଛି ଯଦି ସେଠାରେ ସରିଶୃପ ବାସକରୁଥିଲେ ତାହା ଦର୍ଶାଇ ଉଚ୍ଚ କତୃପକ୍ଷଙ୍କ ଠାରୁ ଅନୁମତିନଆଣି ଘରଭାଙ୍ଗିଲେ କାହିଁକି ଏବଂ ମୂଲ୍ୟବାନ କାଠ ସମାଗ୍ରୀ ଓ ଟିଣ କର୍କଟିକୁ ନିଲାମ ନକରି ଏହାକୁ ଚୋରାରେ ବିକ୍ରୟକଲେ କାହିଁକି? ଏବଂ ସର୍ବୋପରି ସରକାର ଗଛଲଗାଇବା ପାଇଁ କୋଟି କୋଟି ଟଙ୍କା ପ୍ରୋତ୍ସାହନ ଦେଉଥିବାବେଳେ ଏକ ସରକାରୀ ପାଚେରିଥାଇ ଏହି ଗଛକୁ ସୁରକ୍ଷା ଦିଆଯାଇଥିବାବେଳେ ତାହାକୁ ବିନା ଅନୁମତିରେ କଟାଜିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ବନବିଭାଗକୁ ପଚାରିବାରୁ ଆମପାଖରେ ସେପରି କୌଣସି ସୂଚନା ନାହିଁ ତେବେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବବୋଲି ବନବିଭାଗ ଅଧିକାରୀ କୁଷଧ୍ୱଜ ସିଂ ପ୍ରକାଶ କରିଥିଲେ। ତେବେ ଏ ସମ୍ପର୍କରେ ବିଧିବଦ୍ଧ ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.