Home ଜିଲ୍ଲା ପରିକ୍ରମା ଶିଶୁମାନଙ୍କ ଭବିଷ୍ୟତ ଗଠନ ଓ କୌଶଳ ବିକାଶ ସମ୍ବନ୍ଧୀୟ କର୍ମଶାଳା

ଶିଶୁମାନଙ୍କ ଭବିଷ୍ୟତ ଗଠନ ଓ କୌଶଳ ବିକାଶ ସମ୍ବନ୍ଧୀୟ କର୍ମଶାଳା

37

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସୀତାରାମ ମଣ୍ଡପ, ଗାନ୍ଧୀପଡିଆ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଭଦ୍ରକ ଦ୍ୱାରା ଆନୁଷ୍ଠାନିକ ଓ ଅଣଆନୁଷ୍ଠାନିକ ସେବା ଯତ୍ନ ପାଉଥିବା ଶିଶୁ ମାନଙ୍କୁ ନେଇ “ଶିଶୁ ମାନଙ୍କ ଭବିଷ୍ୟତ ଗଠନ ଓ କୌଶଳ ବିକାଶ ସମ୍ବନ୍ଧୀୟ” ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଡା ସୁଦର୍ଶନ ବାରିକ ମୁଖ୍ୟ ଅତିଥି, ଜିଲ୍ଲା ନିୟୋଜନ ଅଧିକାରୀ ଅଜୟ କୁମାର ଦାଶ ସମ୍ମାନୀୟ ଅଥିତି ରୂପେ ରୂପେ ଯୋଗଦାନ କରିଥିଲେ, ଏଥିସହିତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ବିଶ୍ୱ ନାରାୟଣ ପଣ୍ଡା ଯୋଗଦାନ କରିଥିଲେ। ଉକ୍ତ କର୍ମଶାଳାରେ ଜିଲ୍ଲା ର ନଅ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ର ଶିଶୁ, ସମ୍ପାଦକ, ଅଧିକ୍ଷକ, କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ ଏଥିସହିତ ଅଣ ଆନୁଷ୍ଠାନିକ ସେବାରେ ଥିବା ଶିଶୁମାନେ ମଧ୍ୟ ସାମିଲ ହୋଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଶିଶୁ ମାନଙ୍କ ଭବିଷ୍ୟତ ଗଠନ ରେ କୌଶଳ ଓ ଦକ୍ଷତା ବିକାଶ ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ। ଶିଶୁ ମଙ୍ଗଳ ସମିତି ର ଅଧକ୍ଷ ଡା ସୁଦର୍ଶନ ବାରିକ କର୍ମଶାଳା ରେ ଅଧକ୍ଷତା କରି ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା କୌଶଳ ବିକାଶ ପ୍ରଶିକ୍ଷଣ ର ସୁଯୋଗ ନେବାପାଇଁ ଶିଶୁ ମାନଙ୍କୁ ଉପଦେଶ ଦେଇଥିଲେ। ଜିଲ୍ଲା ନିୟୋଜନ ସଂସ୍ଥା ର ସହୋଯୋଗ ନେଇ ତାହାର ଲାଭ ଉଠାଇପାରିବେ।

କାର୍ଯ୍ୟ ଦକ୍ଷତା ହିଁ ଶିଶୁ ମାନଙ୍କୁ କର୍ମ ନିୟୋଜନ ପ୍ରଦାନ କରିପାରିବ। ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ବିଶ୍ୱ ନାରାୟଣ ପଣ୍ଡା ଶିଶୁ ମାନେ ନିଜର ଯୋଗ୍ୟତା ଓ ପ୍ରତିଭା ଅନୁଯାୟୀ ଆବଶ୍ୟକ ପ୍ରଯୁକ୍ତି ଗତ ଦକ୍ଷତା ଦ୍ୱାରା ସ୍ୱାବଲମ୍ବୀ ହୋଇପାରିବେ ମତବ୍ୟକ୍ତ କରିଥିଲେ। କର୍ମଶାଳାର ଦ୍ୱିତୀୟ ଭାଗରେ ବିଷୟ ବିଶାରଦ ହିସାବରେସମ୍ନ୍ମାନିୟ ଅଥିତି ତଥା ଜିଲ୍ଲା ନିୟୋଜନ ଅଧିକାରୀ ଅଜୟ କୁମାର ଦାଶ ଓଡିଶା ସରାକରଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ବିଶ୍ୱ ଦକ୍ଷତା ସଂସ୍ଥା ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ଦକ୍ଷତା ବିକାଶ କ।ର୍ଜ୍ୟକ୍ରମ ଯଥା ବୈଦୁତିକ ଦକ୍ଷତା, ଭାଷାଗତ ଦକ୍ଷତା, ବୈଦ୍ୟୁତିକ ଉପକରଣ ର ମରାମତି ଏବଂ ଡିପ୍ଲୋମା ଓ ଆଇ . ଟି . ଆଇ ପାସ କଲା ପରେ ଉଚତମ ଜ୍ଞାନ ଆହରଣ କରିବା ପାଇଁ ଉପଦେଶ ଦେଇଥିଲେ। ଏଥିସହିତ ଯେଉଁ ଶିଶୁ ମାନେ ଅଠର ବର୍ଷ ରୁ ଉର୍ଦ୍ଧ ହେଲେଣି ସେମାନେ ଜିଲ୍ଲା ନିୟୋଜନ ସଂସ୍ଥା ରେ ନାମ ପାଞ୍ଜି କରଣ କରାଇ ବିଭନ୍ନ ଦକ୍ଷତା ହାସଲ କରି କର୍ମ ନିଯୁକ୍ତି ହାସଲ କରିପାରିବେ। ସିଏ ଶିଶୁ ମାନଙ୍କ କର୍ମ ନିଯୁକ୍ତି ଗୁରୁତ୍ୱ ଦେଇ ଏକ ନିଯୁକ୍ତିମେଳାର ଆୟୋଜନ କରିବା ପାଇଁ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲା ନିୟୋଜନ ସଂସ୍ଥାର ଅନ୍ୟତମ ବିଷୟ ବିଶାରଦ ଶ୍ରୀ ରାଜକିଶୋର ଦାସ ଶିଶୁ ମାନଙ୍କ ଭାଷାଗତ ଦକ୍ଷତା ଓ ଉପସ୍ଥାପନା ଶୈଳୀ ଉପରେ ଆଲୋଚନା କରିଥିଲେ ଏବଂ ଶିଶୁ ମାନଙ୍କ ପାଇଁ ତାଙ୍କ ଯୋଗ୍ୟତା ଅନୁସାରେ ବିଭିନ୍ନ ଦକ୍ଷତା ଉପଲବ୍ଧ ଥିବା ର ବିସ୍ତ୍ରୁତ ଆଲୋଚନା କରିଥିଲେ। କର୍ମଶାଳା ରେ ଶିଶୁ ଯତ୍ନ ଅନୁଷ୍ଠାନ ଶିଶୁ ଓ କର୍ମକର୍ତା ମାନେ ଭାଗନେଇ ନିଜର ମତ ରଖିଥିଲେ। ଉକ୍ତ କାର୍ଯ୍ୟ କର୍ମ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସ୍ୱାଗତିକା ବାରିକ, ଧୀରଜ ବାରିକ, ମହେଶ ଦାଶ, ଦମୟନ୍ତୀ ଦାଶ, ଚିନ୍ମୟ ପଣ୍ଡା ଓ ଶିଶୁ ଯତ୍ନ ଅନୁଷ୍ଠାନ ର କର୍ମ କର୍ତା ମାନେ ସହଯୋଗ କରିଥିଲେ। ଶେଷରେ ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ ର ସୁବ୍ରତ କୁମାର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.