Home ଜିଲ୍ଲା ପରିକ୍ରମା ଫଟୋ ଭୋଟର ତାଲିକା ୨୦୨୩, ନୂଆ ଭୋଟର ହେବା ପାଇଁ ବର୍ଷରେ ୪ଥର ସୁଯୋଗ, ଯୋଗ,...

ଫଟୋ ଭୋଟର ତାଲିକା ୨୦୨୩, ନୂଆ ଭୋଟର ହେବା ପାଇଁ ବର୍ଷରେ ୪ଥର ସୁଯୋଗ, ଯୋଗ, ବାଦ, ସଂଶୋଧନ ଏବଂ ଆଧାର ସଂଯୋଗୀକରଣ କାର୍ଯ୍ୟକ୍ରମ

114

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଫଟୋ ଭୋଟର ତାଲିକା ୨୦୨୩ ପ୍ରସ୍ତୁତି ନେଇ ଆଜି ତା ୧-୮-୨୨ରିଖ ଠାରୁ ଶୁଭାରମ୍ଭ କରାଯାଉଥିବା ଆଧାର ସଂଯୋଗୀ କରଣ କାର୍ଯ୍ୟକ୍ରମ ତଥା ସଂଶୋଧିତ ରୂପାନ୍ତରିତ ପଞ୍ଜୀକରଣ ଫର୍ମ ଆଦି ବ୍ୟବସ୍ଥା ସମ୍ବନ୍ଧରେ ଅବଗତ ତଥା ସଚେତନ କରାଯିବା ଉଦ୍ଦେଶ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଆଜି ଏକ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜନୈତିକ ଦଳର କର୍ମକର୍ତ୍ତା ଓ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଉପଜିଲ୍ଲାପାଳ ମନୋଜ ପାତ୍ର ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଆଇନ୍ ଓ ବିଚାର ବିଭାଗ ମନ୍ତ୍ରଣାଳୟ ଦ୍ୱାରା ଲୋପ୍ରତିନିଧି ଆଇନ୍ ୧୯୫୦/୫୧ ର ପରିବର୍ତ୍ତନ କରାଯାଇ ସଂଶୋଧିତ ଭୋଟର ପଞ୍ଜିକରଣ ଆଇନ୍ – ୨୦୨୨ ଅନୁଯାୟୀ ରୂପାନ୍ତରିତ ପଞ୍ଜୀକରଣ ଫର୍ମର କାର୍ଯ୍ୟକାରୀତା ସମ୍ବନ୍ଧରେ ଜିଲ୍ଲାପାଳ ସମ୍ୟକ୍ ସୂଚନା ପ୍ରଦାନ କଲାପରେ ଉପଜିଲ୍ଲାପାଳ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ। ପରିବର୍ତ୍ତନ ଅନୁଯାୟୀ ପୂର୍ବରୁ ନୂଆ ଭୋଟରଙ୍କ ପଞ୍ଜୀକରଣ ଏବଂ ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଅନ୍ୟ ଗୋଟିଏ ନିର୍ବାଚନ ମଣ୍ଡଳୀକୁ ସ୍ଥାନାନ୍ତରଣ ସୁବିଧା ପାଇଁ ବ୍ୟବହାର କରାଯାଉଥିବା ୬ନଂ ଫର୍ମକୁ ଏବେ କେବଳ ନୂତନ ଭୋଟଙ୍କ ପଞ୍ଜୀକରଣ ପାଇଁ ବ୍ୟବହାର କରାଯିବ।

ସେହିପରି ଫର୍ମ ୮ରେ ପୂର୍ବରୁ ଭୋଟର ତାଲିକାରେ ତ୍ରୁଟି ଥିବା ବିବରଣୀର ସଂଶୋଧନ କରାଯାଉଥିଲା ମାତ୍ର ଏବେ ସେଥିରେ ନିର୍ବାଚନ ମଣ୍ଡଳୀ ମଧ୍ୟରେ କିମ୍ବା ବାହାରକୁ ବାସସ୍ଥାନ ସ୍ଥାନାନ୍ତରଣ ନିମନ୍ତେ ଭୋଟର ତାଲିକାରେ ଥିବା ବିବରଣୀ ସଂଶୋଧନ ନିମନ୍ତେ, ଭୋଟର ପରିଚୟ ପତ୍ର ବଦଳ କରିବା ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ଚିହ୍ନଟ ଆଦି କରାଯିବ। ଫର୍ମ ୬ଖରେ ଆଧାର ସହିତ ନିଜର ଭୋଟର ପରିଚୟ ପତ୍ର ସଂଯୋଗ କରାଯିବ। ଫର୍ମ ୭ ନାମ ବାଦ୍ ଦେବା ପାଇଁ ବ୍ୟବହାର କରାଯିବ ମାତ୍ର ମୃତ୍ୟୁ ପ୍ରମାଣ ପତ୍ର ସଂଲଗ୍ନ କରାଯିବ। ସବୁଠୁ ଉଲ୍ଲେଖନୀୟ ସୂଚନା ହେଲା ଯେ ଯୁବବର୍ଗଙ୍କ ପାଇଁ ଭୋଟର ହେବାକୁ ପୂର୍ବରୁ ବର୍ଷକୁ ଥରେ ମାତ୍ର ସୁଯୋଗ ଥିବା ବେଳେ ଏବେ ୪ଥର ସୁଯୋଗ ମିଳିପାରିବ। ଜାନୁୟାରୀ ୧, ଏପ୍ରିଲ ୧, ଜୁଲାଇ ୧ ଏବଂ ଅକ୍ଟୋବର ୧ ବେଳକୁ ଯେଉଁ ନାଗରିକ ମାନଙ୍କର ବୟସ ୧୮ ହେବ ସେମାନେ ପରବର୍ତ୍ତୀ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମରେ ନିଜ ନାମକୁ ଭୋଟର ତାଲିକାରେ ପଞ୍ଜୀକରଣ କରିପାରିବେ। ଅର୍ଥାତ ୪ଟି ଯୋଗ୍ୟତା ସୂଚକ ତାରିଖରେ ଭୋଟର ତାଲିକାରେ ନାମ ପଞ୍ଜିକରଣ କରାଯାଇପାରିବ। ଆଜି ଠାରୁ ଆରମ୍ଭ କରାଯାଇଥିବା ଭୋଟର ପରିଚୟ ପତ୍ରକୁ ଆଧାର ସହିତ ସଂଯୋଗ କାର୍ଯ୍ୟକ୍ରମ ଅନ୍‌ଲାଇନ୍‌ରେ କରାଯାଇ ପାରିବା ସହିତ ଅଫ୍ ଲାଇନ୍‌ରେ ବି.ଏଲ୍‌. ଓ କିମ୍ବା ଭୋଟର ସହାୟତା କେନ୍ଦ୍ର ସହାୟତାରେ କରାଯାଇ ପାରିବ। ସ୍ୱେଚ୍ଛାକୃତ ଭାବେ ଭୋଟରଙ୍କ ଠାରୁ ଆଧାର ବିବରଣୀ ସଂଗ୍ରହ କରାଯିବ। ଆଧାର ବିବରଣୀ ଦାଖଲ କରିବା ନିମନ୍ତେ ନୂତନ ଫର୍ମ ୬(ଖ) ପ୍ରଚଳନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.