Home ଜିଲ୍ଲା ପରିକ୍ରମା କୃଷକମାନଙ୍କ ଦାବି ପ୍ରତି ମୋଦି ସରକାରଙ୍କ ବିଶ୍ୱାସଘାତକତା, ସଂଯୁକ୍ତ କିଶାନ ମୋର୍ଚ୍ଚାର ୪ଘଣ୍ଟିଆ ଚକାଜାମ

କୃଷକମାନଙ୍କ ଦାବି ପ୍ରତି ମୋଦି ସରକାରଙ୍କ ବିଶ୍ୱାସଘାତକତା, ସଂଯୁକ୍ତ କିଶାନ ମୋର୍ଚ୍ଚାର ୪ଘଣ୍ଟିଆ ଚକାଜାମ

35

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିବାଦୀୟ ୩ କଳା କୃଷି ଆଇନ ବିରୋଧରେ ଐତିହାସିକ ଆନ୍ଦୋଳନ କରିଥିବା ଆନ୍ଦୋଳନକାରୀ କୃଷକମାନଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ମୋଦି ସରକାର ଖିଲାପ କରିଛନ୍ତି। କୃଷକଙ୍କ ଦୁର୍ବାର ଆନ୍ଦୋଳନରେ ଭୟଭୀତ ହୋଇ ମୋଦି ସରକାର ଏହାକୁ ପ୍ରତ୍ୟାହର କରାଗଲା ବୋଲି ଘୋଷଣା କରିବାରୁ ଏହା ୭ମାସ ପୂର୍ବ ପ୍ରତ୍ୟାହୃତ ହୋଇଥିଲା। କିନ୍ତୁ ଇତିମଧ୍ୟରେ ୭ ମାସ ବିତିଥିଲେ ମଧ୍ୟ ମୋଦି ସରକାର କୌଣସି ଗୋଟିଏ ଦାବି ପୂରଣ କରି ନାହାନ୍ତି। କୃଷକମାନଙ୍କ ଦାବି ପ୍ରତି ମୋଦି ସରକାର ବିଶ୍ୱସଘାତକତା କରିଛନ୍ତି। ଏହାର ପତିବାଦରେ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଦେଶବାପୀ ୪ଘଣ୍ଟିଆ ଚକାଜାମ ଆନ୍ଦୋଳନ କରାଯାଇଛି। ଏହିକ୍ରମରେ ଭଦକରେ ମଧ୍ୟ ଚକାଜାମ ଆନ୍ଦୋଳନ କରାଯାଇଛି। ବନ୍ତ ଛକ ମାର୍ଛ ମାର୍କେଟ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥ, ବନ୍ତ ଛକ, ଚରମ୍ପା, ଆରଡ଼ି ଛକ ନିକଟରେ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଚକାଜାମ୍ କରାଯାଇଥିଲା। ଚାଷୀ ଉତ୍ପାଦନ କରୁୂଥିବା ସମସ୍ତ ଫସଲର ଏମଏସପି ପାଇଁ ଆଇନଗତ ବ୍ୟବସ୍ଥା କରିବା, କୃଷକମାନଙ୍କ ଉପରେ ହୋଇଥିବା ସମସ୍ତ ମୋକଦ୍ଦମା ପ୍ରତ୍ୟାହାର କରିବା, ଉତ୍ତରପ୍ରଦେଶ ଲକ୍ଷ୍ମୀପୁର କ୍ଷେରୀ କୃଷକ ଗଣହତ୍ୟାର ଅଭିଯୁକ୍ତମାନଙ୍କୁ ଦୃଷ୍ଟାନ୍ତମୂୂଳକ ଶାସ୍ତି, ଜନ ବିରୋଧୀ ବିଦୁତ୍ ବିଲ-୨୦୨୦ ପ୍ରତ୍ୟାହାର ପାଇଁ ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି। ଏଆଇକେଏମ, ଏଆଇକେଏସ, ଏଆଇକେଏସ ପରି କୃଷକ ସଂଗଠନ ପକ୍ଷରୁ ଏହି ଚକାଜାମ ଆନ୍ଦୋଳନ କରାଯାଇଥିଲା।

ଫଳରେ ଦିନ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୧୬ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଥିଲା। ରାସ୍ତାର ଉଭୟ ପାଶ୍ୱର୍ରେ ହଜାର ହଜାର ଗାଡ଼ି ଅଟକି ରହିଥିଲା। ବନ୍ତ ଛକ ନିକଟରେ ବରିଷ୍ଠ କୃଷକ ନେତା ଚନ୍ଦ୍ରଶେଖର ନାୟକ, ସିପିଆଇ ଏମଏଲ ଲିବରେସନ ଜିଲ୍ଲା ସଂପାଦକ ସମର ବଳ, ସିପିଆଇ ଏମ ଜିଲ୍ଲା ସଂପାଦକ ଦିବସିଂହ ନାୟକ, ସିପଆଇର ଶୁଭେନ୍ଦ୍ର୍ର ପ୍ରତାପ ମହାନ୍ତି, କୃଷକ ନେତା ବିମ୍ବାଧର ବାରିକ, ଗଣତାନ୍ତ୍ରୀକ ମହିଳା ସମିତିର ରାଜ୍ୟ ସଭାନେତ୍ରୀ ସୁରଜିତା ନାୟକ, ଅଖିଳ ଭାରତ ପ୍ରଗତୀଶୀଳ ମହିଳା ସମିତିର ରାଜ୍ୟ ସହ ସଂପାଦିକା ଜୟନ୍ତୀ ବିଶ୍ୱାଳ, ବରିଷ୍ଠ ସିପିଆଇଏମ ନେତା ନିରଂଜନ ପାଣୀ, ଯୁବନେତା ବିକାଶ ନାଥ, ବିଷ୍ଣୁ ଦାସ, ପ୍ର୍ରତାପ ସେଠୀ, ରମାକାନ୍ତ ଦାସ, ପାଣ୍ଡବ ଜେନା, ଗୟାଧର ସେଣ, ସୀମା ନାୟକ, ସେକ କାଲୁ, ସେକ କମର, ମହେଶ୍ୱର ବାରିକ, ମାର୍କଣ୍ଡ ଜେନା, ଚିିତ୍ତରଂଜନ ବେହେରା, ସେବତୀ ଓଝା, ସୁଶାନ୍ତ ଦାସ, କାଳନ୍ଦୀ ପାତ୍ର, ସେକ ସିକ୍ରୁ, ନବ ବେହେରା, ବିନୋଦ ସାହୁ, ପ୍ର୍ରମୁଖ ଚକାଜାମ୍ କାର୍ଯ୍ୟକ୍ର୍ରମରେ ଭାଗ ନେଇଥିଲେ। ପ୍ର୍ରଥମେ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ଶୋଭାଯାତ୍ର୍ରା ବାହାରି ସହର ପରିକ୍ରମା କରିବା ପରେ ଏହା ଛୋଟ ଛୋଟ ଦଳରେ ବିଭକ୍ତ ହୋଇଥିଲା। ପରେ ଜାତୀୟ ରାଜପଥର ମାଛ ମାର୍କେଟ, ବନ୍ତ ଛକ, ଆରଡ଼ି ଛକ, ଚରମ୍ପା ଛକ ଜାତୀୟ ରାଜପଥକୁ ଆନ୍ଦୋଳନକାରୀମାନେ ସମ୍ପୂର୍ଣ୍ଣ କବଜା କରି ନେଇଥିଲେ। ତେବେ ଅପରାହ୍ନ ୩ଟା ବେଳକୁ ପୁଲିସ ହସ୍ତକ୍ଷେପ ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.