ଭଦ୍ରକ, ୧୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେବି ମରଇ’। କିନ୍ତୁ ଏଭଳି କେତେକ ବ୍ୟକ୍ତିବିଶେଷ ଏ ସମାଜରେ ଜନ୍ମ ନେଇଥାନ୍ତି, ଯେଉଁମାନଙ୍କର ସୀମିତ ଆୟୁରେ ଦେହାବସାନ ଘଟିଲେ ମଧ୍ୟ ସେମାନଙ୍କର ସମାଜସେବା ପାଇଁ ସ୍ଥାନୀୟ ଅଂଚଳବାସୀ ଚିରଦିନ ପାଇଁ ମନେ ରଖିଥାନ୍ତି। ମାତ୍ର ୫୧ ବର୍ଷ ବୟସରେ ସ୍ୱର୍ଗାରୋହଣ କରିଥିବା ଏହି ଜିଲାର ଭଦ୍ରକ ବ୍ଲକ୍ କୋର୍କରା ପଂଚାୟତର ସଂଜୟ କୁମାର ଜେନା (ବିନ୍ଦୁ) ସେହିଭଳି ଜଣେ ଯୁବ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ, ଯାହାଙ୍କ ପାଇଁ କେବଳ ଉକ୍ତ ପଂଚାୟତ ନୁହେଁ ଆଖପାଖ ବହୁ ଅଂଚଳ ଝୁରୁଛି ବୋଲି ତାଙ୍କର ଏକାଦଶାହ ଅବସରରେ ଅନୁଷ୍ଠିତ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି। ପ୍ରକୃତିବନ୍ଧୁ ତଥା ଶିକ୍ଷାବିତ୍ ବୈକୁଣ୍ଠ ବିଶ୍ୱାଳ ସଭାପତିତ୍ୱ ଏବଂ ଅଧ୍ୟାପକ ସିଦ୍ଧେଶ୍ୱର ସାହୁ ଓ ଯୁବ ସମାଜସେବୀ ଅରୂପ କୁମାର ଦଳାଇଙ୍କ ସଂଯୋଜନାରେ ଆୟୋଜିତ ଦିବସବ୍ୟାପୀ ଏହି ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାର ସାନ୍ଧ୍ୟ କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ବିଧାୟକ ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉର୍ମିଳା ନାୟକ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ହରେକୃଷ୍ଣ ପାଢୀ, ଅଶୋକ ବଳ, ରାଜ୍ୟ ବିଜେଡି ଯୁଗ୍ମ ସଂପାଦକ ରାକେଶ ପଣ୍ଡା ପ୍ରମୁଖ ସ୍ୱର୍ଗତଃ ଜେନାଙ୍କ ତୈଳଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ସମାଜସେବୀ ପ୍ରଭାତ ଜେନା ଭାଗବତ ଗୀତା ପାଠ କରିଥିଲେ। ଏହାପରେ ବରିଷ୍ଠ ସାମ୍ବାଦିକ ତଥା କବି ପ୍ରମୋଦ ରାୟଙ୍କ ରଚିତ ‘ବିନ୍ଦୁର ସ୍ମୃତିରେ’ ସ୍ମୃତି ଶ୍ରଦ୍ଧାଞ୍ଜଳି କବିତା ପାଠ କରିବା ପରେ ତାହା ସାଂସଦ ଓ ବିଧାୟକ ସ୍ୱର୍ଗତଃ ଜେନାଙ୍କ ଭ୍ରାତା ଭଦ୍ରକ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଥାଇ ଏବେ ଜିଲା ବିଜେଡିର ଉପସଭାପତି ତଥା ଜିଲା ପରିଷଦ ସଦସ୍ୟ ମଳୟ କୁମାର ଜେନାଙ୍କୁ ପ୍ରଦାନ କରିଥିଲେ।
ଏହି ସ୍ମୃତିସଭାରେ ଦୁଇ ପ୍ରମୁଖ ଜନ ପ୍ରତିନିଧି ସଂଜୟଙ୍କ ଭଳି ଜଣେ ଯୁବ ନେତୃତ୍ୱଙ୍କ ଅକାଳ ବିୟୋଗ କେବଳ ଏ ଅଂଚଳ ନୁହେଁ ଭଦ୍ରକ ପାଇଁ ଏକ ବିରାଟ ଶୂନ୍ୟତା ସୃଷ୍ଟି କଲା ବୋଲି କହିଥିଲେ। ଏହି ସଭାରେ ଭଦ୍ରକ ଲାୟନ୍ସ କ୍ଲବ୍ର ସଭାପତି ତଥା ବିଶିଷ୍ଟ ସମାଜସେବୀ ଅଶୋକ ମହାନ୍ତି, ପୂର୍ବତନ କାଉନ୍ସିଲର ତଥା ସାଂସଦଙ୍କ ପ୍ରତିନିଧି ପ୍ରଣୟ କୁମାର ଦାସ, ଶିକ୍ଷାବିତ୍ ଗିରିଶ ବିହାରୀ ମିଶ୍ର, ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ, ଡାକ୍ତର ରବିନ୍ଦ୍ର କୁମାର ନାୟକ, ସୀମାନ୍ତ ମଙ୍ଗରାଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବାହ୍ନର ପ୍ରଥମ ଅଧିବେଶନ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ତ୍ୟାଗଭୂମିର ସଭାପତି ଅଜୟ ନାୟକ, ବିଶିଷ୍ଟ ସମାଜସେବୀ ଫାରୁକ ଭାଇ, ସମାଜସେବୀ ସୁଧାକର ରାଉତ, ଓଷ୍ଟା ଶିକ୍ଷକ ସଂଘର ରାଜ୍ୟ ସଂପାଦିକା ସୁରଜିତା ନାୟକ, ରାଜ୍ୟ ବିଜେଡି ସଂପାଦକ ଇଂ ପ୍ରୟାସକାନ୍ତି ସାମଲ, ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ପୌର ଅଧ୍ୟକ୍ଷା ଗୁଲମକ୍କୀ ହବିବ, ବିଜେଡି ଯୁବନେତା ତଥାଗତ ସାମଲ, ଶ୍ୟାମସୁନ୍ଦର ନାୟକ, ଧାମନଗର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ସାହୁ, ଡ. ରାମଚନ୍ଦ୍ର ପଣ୍ଡା, ଅଧ୍ୟାପକ ନିହାର ରଂଜନ କର, ଶିକ୍ଷାବିତ୍ ଭଜଗୋବିନ୍ଦ ବଳ, ଗୁରୁପଦ ସାହୁ, ହେମନ୍ତ କୁମାର ଜେନା, ଲକ୍ଷ୍ମୀକାନ୍ତ ରାଉଳ, ନାଟ୍ୟଶ୍ରୀ ନିର୍ମଳ ଚନ୍ଦ୍ର ରାଉତ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଧବଳେଶ୍ୱର ପଣ୍ଡା, ଶିକ୍ଷାବିତ୍ ବାବୁଲା ରାଉତ, କଲେଇ ସରପଞ୍ଚ ନିରଞ୍ଜନ ମଳିକ, ଭଦ୍ରକ ବ୍ଲକ୍ ଯୁବ ବିଜେଡି ସଂପାଦକ ତାପସ କୁମାର ରାୟ, ଯୁବ ସମାଜସେବୀ ସୁନୀଲ ଲେଙ୍କା, ତୁଷାରକାନ୍ତ ପରିଡା, ତିହିଡ ବ୍ଲକ୍ ଚେୟାରମେନ୍ ବିଦ୍ୟୁତ୍ଲତା ନାୟକ, କାଉନ୍ସିଲର ଦିଲ୍ଲୀପ ନାୟକ, ସମାଜସେବୀ ଅଶୋକ ନାୟକ, ରଘୁନାଥ ଲେଙ୍କା, ଅଧ୍ୟାପକ ରବିନ୍ଦ୍ର ବେହୁରିଆ, ରାଜେନ୍ଦ୍ର ପରିଡା, ଶିକ୍ଷାବିତ୍ ରବିନ୍ଦ୍ର ମହାରଣା, ଆଇନ୍ଜୀବୀ ବିଚିତ୍ରାନନ୍ଦ ଜେନା, ଧୀରେନ୍ଦ୍ର ନାୟକ, ଶିକ୍ଷାବିତ୍ ରଙ୍କ ଚରଣ ଜେନା, ଭଦ୍ରକ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, ଶିକ୍ଷାବିତ୍ ପ୍ରଦୀପ ଲେଙ୍କା, ସମାଜସେବୀ ଲକ୍ଷ୍ମୀକାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ। ସ୍ୱର୍ଗତଃ ଜେନାଙ୍କ ଜ୍ୟେଷ୍ଠ ଭ୍ରାତା ପ୍ରଣୟ, ଚିନ୍ମୟଙ୍କ ପରିଚାଳନାରେ ଆୟୋଜିତ ଏହି ସଭା ଶେଷରେ ମଳୟ ଜେନା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।