Home ଅପରାଧ ରଣପୁର ଅବକାରୀ ଥାନା ଚାପରେ

ରଣପୁର ଅବକାରୀ ଥାନା ଚାପରେ

32

ନୟାଗଡ଼ ୦୭/୦୭ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) -ନୟାଗଡ଼ ଜିଲ୍ଲା ରଣପୁର ଅବକାରୀ ଥାନା ଅଂଚଳରେ ଚୋରା ମଦ ବ୍ୟବସାୟ ଦିନକୁ ଦିନ ବଢିବାରେ ଲାଗିଛି। ଅବକାରୀ ଥାନା ଚଢାଉ ପରେ ଚଢାଉ ଜାରି ରଖିଛନ୍ତି। ହେଲେ ଚୋରା ମଦ ବ୍ୟବସାୟ ଅବ୍ୟାହତ ଚାଲିଛି। ରଣପୁର ଅବକାରୀ ଥାନା ବଜ୍ରକୋଟ ଗ୍ରାମ ପଞ୍ଚାୟତ ଶ୍ରୀକୃଷ୍ଣପୁର ଗ୍ରାମରେ ରଣପୁର ଅବକାରୀ ଥାନା ଉପନିରୀକ୍ଷକ ସୁଶାନ୍ତ କୁମାର ମହାପାତ୍ର ସଦଳବଳେ ଗତ ଜୁଲାଇ ୩ ତାରିଖ ସଂନ୍ଧ୍ୟାରେ ଶ୍ରୀକୃଷ୍ଣପୁର ଗ୍ରାମରେ ଚଢାଉ କରିଥିଲେ। ଚଢାଉ ସମୟରେ ହାତରନ୍ଧା ଦେଶୀମଦ ବିକ୍ରୟ କରିବା ଅଭିଯୋଗ ରେ ଶରତ ଚନ୍ଦ୍ର ବରାଡ ନାମକ ଜଣେ ଯୁବକ କୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତ ଠାରୁ ୮ ଲିଟର ହାତରନ୍ଧା ଦେଶୀମଦ ଜବତ କରିଥିଲେ। ଗିରଫ ଅଭିଯୁକ୍ତ କୁ ଅଦାଲାତ ଚାଲାଣ କରିବା ରେ ଜାମିନ୍ ନାମଞ୍ଜୁର ହେବାରୁ ରଣପୁର ଜେଲ ହାଜତ କୁ ପଠାଇ ଦିଆଯାଇଛି।

ସେହିଭଳି ଭାବରେ ଜୁଲାଇ ୨ ତାରିଖ ସଂନ୍ଧ୍ୟାରେ ରଣପୁର ଅବକାରୀ ଥାନା ନରସିଂହପୁର ଗ୍ରାମର ଜଣେ ଅଭିଯୁକ୍ତ ଠାରୁ ୩୦ ଲିଟର ହାତରନ୍ଧା ଦେଶୀମଦ ଓ ଲକ୍ଷ୍ମୀନାରାୟଣପୁର ରୁ ଜଣେ ଅଭିଯୁକ୍ତ ଠାରୁ ୧୦ ଲିଟର ହାତରନ୍ଧା ଦେଶୀମଦ ଜବତ କରି ଗିରଫ କରିଥିଲେ। କିନ୍ତୁ ରାଜନୈତିକ ଚାପ ଓ ନୟାଗଡ ଅବକାରୀ ଆରକ୍ଷୀ ଅଧିକ୍ଷକ ଙ୍କ ତାଗିଦ୍ ରେ ରଣପୁର ଅବକାରୀ ଥାନା ଉପନିରୀକ୍ଷକ ଉଭୟ ଅଭିଯୁକ୍ତ ଙ୍କୁ ଧାରା ୪୧ରେ ଥାନାରୁ ଛାଡିଦେଇଥିଲେ ବୋଲି ଅଲୋଚ୍ୟ ବିଷୟ ବସ୍ତୁ ପାଲଟିଛି। ଆଲୋଚନା ଅନୁଯାଇ ଅବକାରୀ ଚଢାଉ ପରେ ଚଢାଉ ଚାଲିଛି ହେଲେ ରାଜନୈତିକ ଚାପ ଓ ଉଚ୍ଚ ଅଧିକାରୀ ଙ୍କ ତାଗିଦ୍ ଯୋଗୁଁ ରଣପୁର ଅବକାରୀ ଥାନା ଅଂଚଳରେ ହାତରନ୍ଧା ଚୋରା ଦେଶୀମଦ କାରବାର ଅବ୍ୟାହତ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.