ନୟାଗଡ଼ ୧୪/୦୫ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର ଗ୍ରୀଡ୍ ରୁ ରଣପୁର ବିଦ୍ୟୁତ ସଂଯୋଗ ହେବା ଦିନ ଗଡିଗଡି ଯାଉଥିବା ବେଳେ ରଣପୁର ବିଦ୍ୟୁତ ଉପଭୋକ୍ତା ଙ୍କ ସମସ୍ୟା ଦିନ କୁ ଦିନ ବଢି ବଢି ଯାଉଛି। ରଣପୁର ବିଦ୍ୟୁତ ସବ୍ଷ୍ଟେସନ କୁ ନୟାଗଡ ଜିଲ୍ଲା ରଣପୁର ରୁ ୩୬ କିଲୋମିଟର ଦୂର ରାଜପାଟଣା ଗ୍ରୀଡ୍ ଠାରୁ ବିଦ୍ୟୁତ ସଂଯୋଗ ହୋଇଛି। ଯାହାଫଳରେ ସାମାନ୍ୟ ବର୍ଷା ପବନ ହେଲେ କିମ୍ବା ନୟାଗଡ ରେ ବର୍ଷା ହେଲେ ରଣପୁର ପାଗ ଶୁଖିଲା ଥିଲେ ମଧ୍ୟ ଘଣ୍ଟା ଘଣ୍ଟା ରାତି ରାତି ଧରି ବିଦ୍ୟୁତ ସଂଯୋଗ ନୟାଗଡ ଗ୍ରୀଡ୍ ରୁ କାଟିଦେବା ଯୋଗୁଁ ଉପଭୋକ୍ତା ମାନେ ନାହିଁ ନଥିଲା ଅସୁବିଧା ଭୋଗ କରୁଛନ୍ତି। ନୟାଗଡ ଗ୍ରୀଡ୍ କର୍ମଚାରୀ ରଣପୁର ବିଦ୍ୟୁତ ଉପଭୋକ୍ତା ଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ଆଲୋଚନା ହେଉଛି। ଏତେ ଦୂର ରୁ ବିଦ୍ୟୁତ ସଂଯୋଗ ହୋଇଥିବାରୁ ବିଦ୍ୟୁତ କଟିଲେ ରାତ୍ରିକାଳୀନ ତନଖି ରେ ଅସୁବିଧା ପରିଲକ୍ଷିତ ହେଉଛି। ଅଥଚ ରଣପୁର ବ୍ଲକର ଚାନ୍ଦପୁର ଗ୍ରୀଡ୍ ରଣପୁର ଠାରୁ ମାତ୍ର ୧୫ କିଲୋମିଟର ଦୂରତ୍ୱ। ଚାନ୍ଦପୁର ଗ୍ରୀଡ୍ ରୁ ଖଣ୍ଡିସି ସବ୍ଷ୍ଟେସନ କୁ ୯ କିଲୋ ମିଟର ବିଦ୍ୟୁତ ସଂଯୋଗ ରହିଅଛି। ଖଣ୍ଡିସି ସବ୍ଷ୍ଟେସନ ରୁ ରଣପୁର ସବ୍ଷ୍ଟେସନ ମାତ୍ର ୬ କିଲୋମିଟର। ଚାନ୍ଦପୁର ଗ୍ରୀଡରୁ ଭାୟା ଖଣ୍ଡିସି ଦେଇ ବିଦ୍ୟୁତ ସଂଯୋଗ ପାଇଁ ଖୁଣ୍ଟ ପୋତା ଓ ବିଦ୍ୟୁତ ତାର ଟଣା ସରିଛି। କିନ୍ତୁ ବିଦ୍ୟୁତ ସଂଯୋଗ ନହେବାରୁ ଉପଭୋକ୍ତା ମାନେ ସମସ୍ୟା ଦେଇ ଗତି କରୁଛନ୍ତି।
ଆଗକୁ ବର୍ଷା ଦିନ ଆସୁଛି। ବର୍ଷା ଦିନ ଆଗରୁ ଚାନ୍ଦପୁର ଗ୍ରୀଡ୍ ରୁ ବିଦ୍ୟୁତ ସଂଯୋଗ କରିବା ପାଇଁ ଉପଭୋକ୍ତା ମାନେ ଦାବି କରୁଛନ୍ତି। ଚାନ୍ଦପୁର ଗ୍ରୀଡ୍ ବାଲୁଗାଁ ବିଦ୍ୟୁତ ବିତରଣ କମ୍ପାନୀ କାର୍ଯ୍ୟନିବାହୀ ଯନ୍ତ୍ରୀ ଙ୍କ ଅଧିନରେ ରହିଅଛି। ଏ ସର୍ମ୍ପକେ ବାଲୁଗାଁ ବିଦ୍ୟୁତ ବିତରଣ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିବ ପ୍ରସାଦ ବଳିୟାରସିଂ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଚାନ୍ଦପୁର ଗ୍ରୀଡ ରୁ ରଣପୁର ସବ୍ଷ୍ଟେସନ କୁ ବିଦ୍ୟୁତ ଯୋଗାଣ ପାଇଁ ଆନୁସଙ୍ଗିକ କାର୍ଯ୍ୟ ସରିଥିଲେ ମଧ୍ୟ ରଣପୁର ସବ୍ଷ୍ଟେସନ ରେ ଗୋଟିଏ ଏ ବି ସୁଇଚ୍ ବସିବାର ବାକି ଅଛି। ଏ ବି ସୁଇଚ୍ ଆସିଥିଲେ ମଧ୍ୟ କରଦିନ ଯୋଗୁଁ ରାଜପାଟଣା ଗ୍ରୀଡ୍ ରୁ ସଟ୍ଡାଉନ୍ ମିଳୁନଥିବା ଯୋଗୁଁ କାର୍ଯ୍ୟ ହୋଇପାରୁ ନାହିଁ। ଅପରପକ୍ଷେ ରଣପୁର କୁ ଚାନ୍ଦପୁର ଗ୍ରୀଡ୍ ରୁ ବିଦ୍ୟୁତ ଯୋଗାଣ ପାଇଁ ଖଣ୍ଡିସି ସବ୍ଷ୍ଟେସନ ଠାରେ ଏକ ବ୍ରେକର୍ ଲାଗିବା କଥା। କିନ୍ତୁ ବ୍ରେକର ଟି ବିଦ୍ୟୁତ ବିତରଣ କମ୍ପାନୀ ଆଜି ପର୍ଯ୍ୟନ୍ତ ଯୋଗାଇ ନାହିଁ। ଚାନ୍ଦପୁର ଠାରୁ ଖଣ୍ଡିସି ପର୍ଯ୍ୟନ୍ତ ଏକ ବିଦ୍ୟୁତ ସ୍ପାନ୍ ଲାଗିବାର ଆବଶ୍ୟକତା ମଧ୍ୟ ରହିଛି। ସେ କାର୍ଯ୍ୟ ପାଇଁ ପ୍ରସ୍ତାବ ଯାଇଛି। ତେଣୁ ବିଳମ୍ବ ହେଉଛି। ଏ ସର୍ମ୍ପକେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କୁ ପଚାରିବାରେ କହିଥିଲେ ଯେ ମୁଁ ବାଲୁଗାଁ ବିଦ୍ୟୁତ ବିତରଣ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଙ୍କ ସହ ଯୋଗାଯୋଗ କରୁଛି। କିପରି ଚାନ୍ଦପୁର ଗ୍ରୀଡ୍ ରୁ ଖୁବଶୀଘ୍ର ରଣପୁର କୁ ବିଦ୍ୟୁତ ଯୋଗାଣ କରାଯିବ।