Home କେନ୍ଦ୍ରାପଡ଼ା ରାସ୍ତା ଦୂର୍ଘଟଣାରେ ଜଣେ ମୃତ

ରାସ୍ତା ଦୂର୍ଘଟଣାରେ ଜଣେ ମୃତ

66

କେନ୍ଦ୍ରାପଡ଼ା, ୧୫ା୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଏକ ସଡକ ଦୂର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। କଟକ- ଚାନ୍ଦବାଲି ରାସ୍ତାର ବାରୋ ନବୋଦ୍ୱୟ ବିଦ୍ୟାଳୟ ନିକଟରେ ଏକ କାର ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଯୁବକଙ୍କ ନାମ ବାବୁନ ଖାଁ(୪୫)। ତାଙ୍କ ଘର ପଳସିଂହା ପଞ୍ଚାୟତର ଦୋବନ୍ଧା ଗ୍ରାମ ବୋଲି ଜଣାପଡିଛି। ଖବର ନେବାରୁ ଜଣାପଡିଛି ଯେ ସନ୍ଧ୍ୟା ପ୍ରାୟ ସାଢେ ୬ଟା ବେଳେ କେନ୍ଦ୍ରାପଡା ସହରରୁ କାମସାରି ବାବୁନ ବାଇକରେ ଘରକୁ ଫେରୁଥିଲେ। ନବୋଦ୍ୱୟ ବିଦ୍ୟାଳୟ ନିକଟରେ ଏକ କାର ପଛପଟୁ ତାଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ସେ ବାଇକରୁ ଛିଟିକି ତଳେ ପଡିଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ କଟକ- ଚାନ୍ଦବାଲି ରାସ୍ତାକୁ ନବୋଦ୍ୱୟ ବିଦ୍ୟାଳୟ ନିକଟରେ କିଛି ସମୟ ପାଇଁ ଅବରୋଧ କରିଥିଲେ। ଖବର ପାଇ ନିକିରାଇ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.