ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓ.ଏ.ଏସ୍.(ଏସ୍) ପାହ୍ୟାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଶାନ୍ତନୁ କୁମାର ମହାନ୍ତି ସୋମବାରଦିନ ପୂର୍ବାହ୍ନରେ ଭଦ୍ରକ ଜିଲ୍ଲାର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟୀତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଓ.ଟି.ଡି.ସି.ର ଜେନେରାଲ ମ୍ୟାନେଜର ଭାବେ ଭୁବନେଶ୍ୱରରେ ଅବସ୍ଥାପିତ ଥିଲେ। ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରେ ବି.ଡି.ଓ., ଉପଜିଲ୍ଲାପାଳ ଭାବେ ମଧ୍ୟ ଦକ୍ଷତାର ସହିତ କାର୍ଯ୍ୟ କରିଆସିଛନ୍ତି। ଭଦ୍ରକ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ବିଭାଗ ଜରିଆରେ ସମସ୍ତ ସରକାରୀ ଯୋଜନା ଗୁଡ଼ିକର ସଠିକ କାର୍ଯ୍ୟକାରୀତା ନେଇ ଅତିରିକ୍ତ ଜିଲ୍ଲାପାଳ ଭାବେ ସୁଚାରୁ ରୂପେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବେ ବୋଲି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ କି ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ରଙ୍କ ଅବସର ପରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ କୁଶଳ ଚନ୍ଦ୍ର ନାଏକ ଏହି ଦାୟିତ୍ୱରେ ଥିଲେ।