Home ଜିଲ୍ଲା ପରିକ୍ରମା ଜିଲ୍ଲାପାଳଙ୍କ କୋର୍ଟରେ ସରସଦା ସମିତି ଚାଷୀଙ୍କ ଧାନବିକ୍ରୀ ଅର୍ଥ ମାମଲା

ଜିଲ୍ଲାପାଳଙ୍କ କୋର୍ଟରେ ସରସଦା ସମିତି ଚାଷୀଙ୍କ ଧାନବିକ୍ରୀ ଅର୍ଥ ମାମଲା

33

ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ସରସଦା ସମବାୟ ସମିତିର ୪୪ ଜଣ ଚାଷୀ ସମିତିକୁ ଧାନବିକ୍ରୟ କରି ମୂଲ୍ୟ ପାଇନଥିବା ମାମଲା ଜିଲ୍ଲାପାଳଙ୍କ କୋର୍ଟରେ ବିଚାରାଧିନ ରହିଛି। ମାମଲାର ସବିଶେଷ ବିବରଣୀ ଜିଲ୍ଲା ସମବାୟ ଅଧିକାରୀଙ୍କ ଠାରୁ ଜିଲ୍ଲାପାଳ ଲୋଡିଛନ୍ତି। ରିପୋର୍ଟ ପାଇବା ପରେ ମାମଲାର ଶୁଣାଣୀ ହେବ ବୋଲି ଜଣାଯାଇଛି। ଗତ ୨୦୧୮-୧୯ ଆର୍ଥୀକ ବର୍ଷରେ ଧାନବିକ୍ରୟ କରି ମୂଲ୍ୟ ପାଇଁ ଅପେକ୍ଷାରତ ଥିବା ନିରାକାର ରାଉତ ଓ ଅନ୍ୟ ୪୩ଜଣ ଚାଷୀମାନେ ବାରମ୍ବାର ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ଅଧିକାରୀଙ୍କୁ ଗୁହାରୀ କରି ବିଫଳ ହୋଇଥିଲେ। ସଂପୃକ୍ତ ସମିତିର ବିଶୃଙ୍ଖଳିତ କର୍ମଚାରୀମାନଙ୍କ ଅବହେଳା ଓ ଚାଷୀ ସ୍ୱାର୍ଥ ବିରୋଧି କାର୍ଯ୍ୟକଳାପ ଯୋଗୁଁ ୪୪ ଜଣ ଚାଷୀ ସମିତିକୁ ଧାନ ବିକ୍ରୟ କରି ଗତ ୩ ବର୍ଷ ଧରି ପାଊଣା ଅପେକ୍ଷାରେ ରହିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ନଦେବା ଯୋଗୁଁ ଚାଷୀମାନଙ୍କ ଦୁର୍ଦ୍ଦଶା ବହୁଗୁଣିତ ହୋଇଛି। ଫଳରେ ଚାଷୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାର ବିଚାର କରି ବିଚାରପତି ବିଶ୍ୱଜିତ ମହାନ୍ତି ରାୟ ଦାଖଲର ତିନି ମାସ ମଧ୍ୟରେ ଅର୍ଥ ପୈଠ ପାଇଁ ମାମଲାର ୪ନଂ ଅପରପକ୍ଷ ତଥା ଭଦ୍ରକ ଜିଲ୍ଲାପାଳଙ୍କୁ ଆଦେଶ ଦେଇଥିଲେ। ରାୟ ପ୍ରକାଶ ପରେ ଦୀର୍ଘ ଦିନ ଧରି ଅର୍ଥାଭାବର ଶିକାର ହୋଇଥିବା ଚାଷୀମାନଙ୍କ ମାମଲାର ଶୁଣାଣୀ ଆଶା ଉଜ୍ଜ୍ୱଳ ହୋଇଥିବାରୁ ଚାଷୀମାନଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.