Home ଜିଲ୍ଲା ପରିକ୍ରମା ଗାନ୍ଧୀ ବାଳାଶ୍ରମରେ ସଂଗ୍ରାମୀ ନିଶାକର ଦାସଙ୍କ ଜନ୍ମ ଶତବାର୍ଷିକୀ ପାଳିତ

ଗାନ୍ଧୀ ବାଳାଶ୍ରମରେ ସଂଗ୍ରାମୀ ନିଶାକର ଦାସଙ୍କ ଜନ୍ମ ଶତବାର୍ଷିକୀ ପାଳିତ

30

ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଗାନ୍ଧୀ ଓଡ଼ିଶା ବାଳାଶ୍ରମ ସଭାଗୃହରେ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ଓ ଭୂଦାନ ସଂଗଠକ ନିଶାକର ଦାସଙ୍କ ଜନ୍ମ ଶତବାର୍ଷିକୀ ସମ୍ପାଦକ ଅଶୋକ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଅଛି। ପ୍ରାରମ୍ଭରେ ମହାତ୍ମାଗାନ୍ଧୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ଅନୁଷ୍ଠାନର ଅନ୍ତେବାସୀଙ୍କ ଦ୍ୱାରା ଗାନ୍ଧୀଙ୍କ ପ୍ରିୟ ଭଜନ ଗାନ କରାଯାଇଥିଲା। ଅତିଥିଭାବରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଂଯୋଜକ ଡ଼ା. ବିଶ୍ୱଜିତ୍‌, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଭଦ୍ରକ ଶାଖାର ସଭାପତି ଇଂ ଅଖିଲ ପାଢ଼ୀ, ଉପସଭାପତି ଅଧ୍ୟାପକ ନାସିର ବକ୍ସ ଯୋଗ ଦେଇ ସଂଗ୍ରାମୀ ନିଶାକର ଦାସଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ତତ୍ପରେ ସଂଗ୍ରାମୀଙ୍କ ସ୍ୱାଧୀନତା ସଂଗ୍ରାମ, ଭୂଦାନ ଓ ସର୍ବୋଦୟ ଆନ୍ଦୋଳନର ସକ୍ରିୟ ସହଯୋଗ ସମ୍ପର୍କରେ ଅତିଥିମାନେ ବର୍ଣ୍ଣନା କରିଥିଲେ। ସମ୍ବର୍ଦ୍ଧନାର ଉତରରେ ଶତାୟୁ ସଂଗ୍ରାମୀ ନିଶାକର ଦାସ ନିଜର ସାମାଜିକ କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣ୍ଣନା କରିବା ସହ କଷ୍ଟଲବ୍ଧ ସ୍ୱାଧୀନତା ଲାଭ କରିଥିବା ଆମ ଦେଶର ନାଗରିକମାନେ ଗାନ୍ଧୀଜୀଙ୍କ ପ୍ରଦର୍ଶିତ ମାର୍ଗରୁ ବିଚ୍ୟୁତ ହେଉଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ମହାତ୍ମାଗାନ୍ଧୀଙ୍କ କଳ୍ପିତ ରାମରାଜ୍ୟର ସ୍ୱପ୍ନକୁ ସାକାର କରିବା ପାଇଁ ଆଜିର ଯୁବପିଢ଼ି ଏବଂ ସାଧାରଣ ନାଗରିକ ମାନେ ଆଗଭର ହେବାକୁ ଆହ୍ୱାନ ଦେଇଥିଲେ। ମହାତ୍ମାଗାନ୍ଧୀଙ୍କ ଆଦର୍ଶକୁ ଆପଣେଇଲେ ବିଶ୍ୱର ପ୍ରତ୍ୟେକଟି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ ଦୃଢ଼ତାର ସହ ପ୍ରକାଶ କରିଥିଲେ। ତାଙ୍କର ଜନ୍ମଶତବାର୍ଷିକୀ ଏହି ଐତିହାସିକ ଅନୁଷ୍ଠାନରେ ପାଳନ ହେଉଥିବାରୁ ସେ ବାଳାଶ୍ରମର ସମସ୍ତ କର୍ମକର୍ତାମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ସଭାରେ ସଂଚାଳିକା ଝରଣା ଦାସ, ପ୍ରତିମା ସାହୁ, ସସ୍ମିତା ମଲ୍ଲିକ, ଚନ୍ଦନ ସାହୁ, ଗୌରବ ଦାସ, ପ୍ରଜ୍ଞା ଦାସ, ଅରବିନ୍ଦ ସେଠୀ ଆଦି ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.