Home କନ୍ଧମାଳ ନନ୍ଦିନୀ ମଳିକ ହେଲେ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା

ନନ୍ଦିନୀ ମଳିକ ହେଲେ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା

53

କନ୍ଧମାଳ ୧୩-୩ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ପରିଷଦର ଅଧ୍ୟକ୍ଷା ପଦବୀ ନିର୍ବାଚନ ରବିବାର ପଞ୍ଚାୟତ ଭବନ ଠାରେ ଥିବା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଗଠନ କରିବା ପାଇଁ ସ୍ଥିର କରାଯାଇଥିଲା। ରବିବାର ସକାଳେ ବାଲିଗୁଡା ବ୍ଲକ ୧୫ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ନନ୍ଦିନୀ ମଲିକ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ସମୁଦାୟ ୧୮ଟି ଜୋନ ରୁ ୧୩ଟିରେ ଜିଲ୍ଲା ପରିଷଦ ସଭ୍ୟ ଆସନ ହାତେଇ ଥିବା ବେଳେ ୩ଟି କଂଗ୍ରେସ ଓ ୨ଟିରେ ବିଜେପି ଆସନ ହାତେଇଥିଲା। ବିଜେଡି ପକ୍ଷରୁ ୩ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ନାମ ଚର୍ଚ୍ଚାକୁ ଆସୁଥିବା ବେଳେ ନନ୍ଦିନୀ ମଲିକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦବି ହାତେଇଛନ୍ତି। ଏନେଇ ଖଜୁରୀପଡା ବ୍ଲକ ଚେୟାରମ୍ୟାନ ଅନିମା କହଁରଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି। ମନ୍ତ୍ରୀ ପ୍ରତାପ ଜେନା, ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, କନ୍ଧମାଳ ଜିଲ୍ଲାପାଳ ଡ଼ା. ବୃଦା ଡିଙ୍କ ଉପସ୍ଥିତରେ ଘୋଷଣା କରାଯାଇଥିଲା। ଘୋଷଣା ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡା ବ୍ଲକ ସଭାପତି ଟୁନା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବାଲିଗୁଡାରେ ପହଂଚିବା ପରେ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ଠାରୁ ଏକ ବିରାଟ ଶୋଭାଯାତ୍ରା ରେ ସମଗ୍ର ସହର ପରିକ୍ରମା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.