Home ଜିଲ୍ଲା ପରିକ୍ରମା ବିଦ୍ୟାଳୟ ସ୍ୱାସ୍ଥ୍ୟ ଓ ନିରାମୟ ତାଲିମ ଶିବିର

ବିଦ୍ୟାଳୟ ସ୍ୱାସ୍ଥ୍ୟ ଓ ନିରାମୟ ତାଲିମ ଶିବିର

30

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଡାକ୍ତରଖାନା ସମ୍ମିଳନୀ କକ୍ଷ ଓ ହାରାମଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ୱାସ୍ଥ୍ୟ ଓ ନିରାମୟ ତାଲିମ ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି। ୫ ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଏହି ତାଲିମ ଶିବିରରେ ସାଧନକର୍ମୀ ତଥା ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ମହାରଣା, ପ୍ରଧାନଶିକ୍ଷକ ସୁବଳ ଚରଣ ପତ୍ରୀ, ଡାକ୍ତର ଦେବାଶିଷ ପତି, ଡାକ୍ତର ଆଦିତ୍ୟ କୁମାର ସାହୁ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀ ଅନିତାରାଣୀ ରାଉତ, ଶିକ୍ଷା ସଂଯୋଜକ ରଞ୍ଜନ କୁମାର ମହାନ୍ତି ପ୍ରଥମ ପର୍ଯ୍ୟାୟରେ ୧୨୦ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ତାଲିମ ପ୍ରଦାନ କରିଥିଲେ। କିଶୋର ସ୍ୱାସ୍ଥ୍ୟ, ମାନସିକ ସ୍ୱାସ୍ଥ୍ୟ, ଏଚ.ଆଇ.ଭି./ଏଡସ, ଇଣ୍ଟରନେଟର ସୁରକ୍ଷିତ ବ୍ୟବହାର, ପୌଷ୍ଟିକ ଆହାର ଆଦି ବିଷୟରେ ଶିଶୁମାନଙ୍କୁ ବିଦ୍ୟାଳୟରେ ପରିଚାଳନା କରିବା ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା। ତାଲିମପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ଆଗାମୀ ଦିନ ସ୍ୱାସ୍ଥ୍ୟ ଆମ୍ବାସଡର ଭାବେ ନିଜ ବିଦ୍ୟାଳୟରେ ଦାଇତ୍ୱ ତୁଲାଇବାକୁ ସୂଚୀତ କରାଯାଇଥିଲା। ପ୍ରତି ମଙ୍ଗଳବାର ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରାଯିବ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଥିଲା। ମେଡିକାଲ ପକ୍ଷରୁ ବ୍ଲକ ପ୍ରୋଗାମ ଅଫିସର ରଶ୍ମିରେଖା ପୃଷ୍ଟି, ଏବିଇଓ ଅକ୍ଷୟ କୁମାର ଜେନା, ଅନିଲ କୁମାର ବଳ ଓ ଉମେଶ ଜେନା, ପ୍ରଧାନଶିକ୍ଷୟତ୍ରୀ କଳ୍ପନା ଧଳ, ଶିକ୍ଷାସଂଯୋଜକ ଉମାକାନ୍ତ ସାହୁ, ପୁଷ୍ପକ ଭାରତୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.