ନୟାଗଡ ୧୩/୦୨ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ରାଜ୍ୟ ନିର୍ବାଚନ କମିସନର ଚଳିତ ତ୍ରିସ୍ତରୀୟ ନିର୍ବାଚନକୁ ଅବାଧ, ଶୃଙ୍ଖଳିତ କରିବା ପାଇଁ ଆଚରଣବିଧି ପ୍ରଣୟନ କରିଛନ୍ତି। ଆଚରଣବିଧି ଭିତରେ ରହିଛି କୈଣସି ସରକାରୀ ଜାଗାରେ ପୋଷ୍ଟର ବ୍ୟାନର ଓ କିଛିଲେଖା ରହିପାରିବ ନାହିଁ। ସେଥିପାଇଁ ରଣପୁର ବ୍ଲକ ନିର୍ବାଚନ ଅଧିକାରିଣୀ ସମସ୍ତ ପଞ୍ଚାୟତ ନିର୍ବାଚନ ଅଧିକାରୀ ଓ ପୋଲିସ ପ୍ରଶାସନକୁ ନେଇ ବୈଠକ ଚଲାଇଛନ୍ତି। କିନ୍ତୁ ପଞ୍ଚାୟତ ନିର୍ବାଚନ ଅଧିକାରୀ ମାନେ ଠିକ୍ ଭାବରେ କାର୍ଯ୍ୟ କରୁନଥିବା ଅଭିଯୋଗ ହେଉଛି। ଅଭିଯୋଗ ଅନୁଯାଇ ବଳଭଦ୍ରପୁର ଗ୍ରାମପଞ୍ଚାୟତ ଗାଁବାଣିକିଲୋ ପ୍ରାଥମିକ ବିଦ୍ୟାଳୟ ପ୍ରାଚିର, ସୁରୁକାବାଡି ମନେରେଗା ପୁଷ୍କରିଣୀ ଫଳକ, ସୁରୁକାବାଡି ଗାଁ ମଝିରେ ରାସ୍ତା କଭରକରୁଥିବା ବ୍ୟାନର, ବ୍ରଜରାଜପୁର ଗ୍ରାମପଞ୍ଚାୟତ ଚମ୍ପତିପୁର ଗାଁମୁଣ୍ଡ ବିଦ୍ୟୁତ ଖୁଣ୍ଟ ଓ ସରକାରୀ ଜାଗା, ବ୍ରଜରାଜପୁର ଛକ ବିଦ୍ୟୁତ ଖୁଣ୍ଟ ଓ ସରକାରୀ ଜାଗା ବହୁଳ ପୋଷ୍ଟର ବ୍ୟାନର ଦେଖିବାକୁ ମିଳୁଥିବା ଅଭିଯୋଗ ହେଉଛି।
ପ୍ରତି ପଞ୍ଚାୟତର ଛକ, ଗାଁ କୋଠଘର, ଅଙ୍ଗନାବାଡୀ ଗୃହ, ଗାଁମୁଣ୍ଡ ର ଅବସ୍ଥା କହିଲେ ନସରେ। ପଞ୍ଚାୟତ ଗୁଡିକ ର ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀ ମାନେ ଆଚରଣବିଧି ଉଲଂଘନକୁ ଦୃଷ୍ଟି ନଦେଇ ବେଖାତିର କରୁଥିବା ଅଭିଯୋଗ ହେଉଛି। ଏ ସର୍ମ୍ପକେ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ତଥା ନିର୍ବାଚନ ଅଧିକାରୀ ଋତୁପର୍ଣ୍ଣା ମହାପାତ୍ରଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଏଭଳି ଘଟଣା ମୋର ଦୃଷ୍ଟି ଗୋଚର ହୋଇନାହିଁ କି କୈଣସି ପଞ୍ଚାୟତ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀ ଏ ସର୍ମ୍ପକେ ଆମ୍ଭଙ୍କୁ ସୂଚନା ଦେଇନାହାଁନ୍ତି। ଏବେ ଆପଣଙ୍କ ଠାରୁ ସୂଚନା ପାଇଛୁ ନିର୍ବାଚନ ପୁର୍ବରୁ ପୋଲିସ ସହାୟତା ରେ ସମସ୍ତ ସରକାରୀ ଜାଗାରୁ ବେଆଇନ ପୋଷ୍ଟର ବ୍ୟାନର ହଟାଇ ଦିଆଯିବ।