Home ଜିଲ୍ଲା ପରିକ୍ରମା ରଣପୁର ପୋଲିସ ଦ୍ୱାରା ଗଞ୍ଜେଇ ଚାଲାଣ କରୁଥିବା ୨ ଅଭିଯୁକ୍ତ ଗିରଫ

ରଣପୁର ପୋଲିସ ଦ୍ୱାରା ଗଞ୍ଜେଇ ଚାଲାଣ କରୁଥିବା ୨ ଅଭିଯୁକ୍ତ ଗିରଫ

86

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୩/୦୨ – ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଅବାଧ , ନିରପେକ୍ଷ କରିବା ପାଇଁ ରଣପୁର ଥାନା ପକ୍ଷରୁ ପେଟ୍ରୋଲିଂ କୁ କଡାକଡି କରାଯାଇଛି । ବିଳମ୍ବିତ ରାତ୍ରିରେ ପେଟ୍ରୋଲିଂ ସାରି ଫେରୁଥିବା ବେଳେ ରଣପୁର ଥାନା ଉପ ନିରୀକ୍ଷକ ବିନୟ କୁମାର ପରିଡା ଖବର ପାଇଲେ ଯେ ଖୋର୍ଦ୍ଧା ଜିଲ୍ଲା ସିକୋ ପଟୁ ଏକ ଅଟୋ ଗାଡି ଯୋଗେ ଚୋରା ଗଞ୍ଜେଇ ଚାଲାଣ ହେଉଛି । ତେଣୁ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ପୁରୁଣାବସନ୍ତ ଛକଠାରେ ଜଗି ରହିଥିଲେ ।

ଓ ଡି ୨୫ କେ ୧୬୦୦ ନଂ ଅଟୋକୁ ତନଖି କଲାବେଳେ ଅଟୋ ଭିତରେ ଗଞ୍ଜାଇଥିବା ଜଣାପଡିଥିଲା । ଅଟୋ ଭିତରୁ ୪ କେଜି ଚୋରା ଗଞ୍ଜେଇ ସହ ଅଟୋକୁ ଜବତ କରିଥିଲେ । ଚାଲାଣ ଅଭିଯୋଗରେ ଖୋର୍ଦ୍ଧା ଜିଲ୍ଲା ସିକୋ ପାଟଣା ସାହିର ଚନ୍ଦ୍ରମଣି ପ୍ରଧାନ (୪୨) ଓ ରଣପୁର ପୁରୁଣାବସନ୍ତ ଗ୍ରାମର ଲିପୁ ଭୋଳକୁ ଗିରଫ କରିଥିଲେ । ରଣପୁର ଥାନା ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡା ଗଞ୍ଜେଇ କେଉଁଠାରୁ ଆସିଲା ତଦନ୍ତ କରୁଥିବା ଜଣାପଡିଛି । ୨ ଅଭିଯୁକ୍ତଙ୍କୁ ନୟାଗଡ କୋର୍ଟକୁ ଚାଲାଣ କରାଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.