ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରାରେ ଏକ ଭଡା ଘରୁ ଏକ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ପ୍ରାପ୍ତ ଘଟଣାରୁ ପ୍ରକାଶ ଧାମରା ବନ୍ଦର କମ୍ପାନୀ ଅଧିନରେ ଥିବା ଏସ ଏନ ଏସ କମ୍ପାନୀରେ କାର୍ଯ୍ୟରତ ଦୀପକ (୩୨) ଙ୍କ ଘର ବାରିପଦାରେ ହୋଇଥିବା ବେଳେ ସେ ଦୀର୍ଘ ଦିନ ଧରି ଏହି କମ୍ପାନୀରେ କାର୍ଯ୍ୟରତ ଥିବା ବେଳେ କୌଣସି କାରଣରୁ ଆଜି ଏହି କମ୍ପାନୀର କାର୍ଯ୍ୟକରୁଥିବା ଅନ୍ୟ ପଦସ୍ଥଙ୍କ ସହ ବଚସା ହୋଇଥିଲା। ଫଳରେ ଦୀପକ ଅପରାହ୍ଣ ୪ଟା ସମୟରେ ଆସି ଭଡାରେ ରହୁଥିବା ବିଜୟ ସାହୁଙ୍କ ଘରେ ଫାଶି ଦେଇ ଆତ୍ମହତ୍ୟା କରିଥିଲେ। ଏ ନେଇ ଧାମରା ଥାନାରେ ଅଭିଯୋଗ ପରେ ପୁଲିସ ଆସି ଶବ ଜବତ କରିଥିବା ବେଳେ ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।