ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ନେରଡା ଗ୍ରାମର ଯଶୋଟିକିରି କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ କ୍ୱାଟର ଫାଇନାଲ ମ୍ୟାଚ ଆଜି ଯାଜପୁର ଇଲେଭେନ ଓ ପୁରୀ ମହାବୀର ସ୍ପୋଟିଂ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଛି । ଯାଜପୁର ଇଲେଭେନ ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଏହି ଦଳ ପ୍ରଥମେ ବ୍ୟାଟିଂ କରି ୨୪.୫ ଓଭରରେ ସମସ୍ତ ଉଇକେଟ ହରାଇ ୨୭୨ ରନ ସ୍କୋର କରିଥିଲା । ଦଳର ବ୍ୟାଟ୍ସମ୍ୟାନ ପ୍ରଦୀପ ରାଉତ ବଲ ୨୯ ରୁ ୮୫ ରନ ଓ ଅଂଶୁମାନ ପଟ୍ଟନାୟକ ୨୧ ବଲ ରୁ ୩୭ ରନ ସ୍କୋର କରିଥିଲେ । ବିପକ୍ଷ ଦଳର ବୋଲର ସନତ କୁମାର ସିଂଦେଓ ୪ ଓଭର ବୋଲିଂ କରି ୪୧ ରନ ଦେଇ ୨ ଉଇକେଟ ଓ ସୁନିଲ ସେଠୀ ୩.୫ ଓଭର ବୋଲିଂ କରି ୩୨ ରନ ଦେଇ ୨ ଉଇକେଟ ହାସଲ କରଥିଲେ । ଜବାବରେ ମହାବୀର ସ୍ପୋଟିଂ ୨୩.୫ ଓଭରରେ ସମସ୍ତ ଉଇକେଟ ହରାଇ ୨୧୦ ରନ କରି ପରାଜିତ ହୋଇଥିଲା । ଯାଜପୁର ଇଲେଭେନ ତୃତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ଦଳର ବ୍ୟାଟ୍ସମ୍ୟାନ ଦିବ୍ୟ ମହାନ୍ତି ୨୪ ବଲ ରୁ ୪୪ ରନ ଓ ଅଜୟ କୁମାର ମାଝୀ ୨୯ ବଲ ରୁ ୩୭ ରନ ସ୍କୋର କରିଥିଲେ । ବିପକ୍ଷ ଦଳର ଟୁକୁନା ସାହୁ ୫ ଓଭର ବୋଲିଂ କରି ୪୩ ରନ ବିନିମୟରେ ୪ ଉଇକେଟ ଓ ସୁମିତ ମହାରଣା ୪.୫ ଓଭର ବୋଲିଂ କରି ୩୬ ରନ ଦେଇ ୨ ଉଇକେଟ ହାସଲ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ଯାଜପୁର ଇଲେଭେନ ଦଳର ପ୍ରଦୀପ ରାଉତଙ୍କୁ ଯୁବ କ୍ରିକେଟର ପ୍ରଜ୍ଞାନ କୁମାର ପଣ୍ଡା ପୁରସ୍କୃତ କରିଥିଲେ । ଅଶୋକ କୁମାର ରାଉତ ଓ ମନୋଜ ପେରେଇ ମ୍ୟାଚର ଅମ୍ପାୟାର ଦାଇତ୍ୱ ତୁଲାଇଥିଲେ । କିଶାନ ମନୋହର ମହାନ୍ତି ମ୍ୟାଚ ସ୍କୋରର ଓ ମାନସ ରଞ୍ଜନ ପଣ୍ଡା ମ୍ୟାଚ ରେଫରୀ ଥିଲେ । ପ୍ରତ୍ୟୁଷ ସାହୁ ଧାରାବିବରଣୀ ଦେଇଥିଲେ । ବୁଧବାର ଭଦ୍ରକ ୟୁନିକ ଇଲେଭେନ ଓ ଭୁବନେଶ୍ୱର ସ୍କାନ ଦଳ ମଧ୍ୟରେ ଅନ୍ତିମ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।