ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଆଖୁଆପଦା, କୋରକୋରା, ମଞ୍ଜୁରୀ ଓ ମୁଢ଼ାପଦା ଗ୍ରାମରେ ଚଢାଉ କରାଯାଇ ୧୫୦ଲିଟର ଦେଶୀ ମଦ ଜବତ କରାଯିବା ସହ ଦୁଇଟି ପୃଥକ ପୃଥକ ମାମଲା ଋଜୁ କରାଯାଇଛି । ଅଭିଯୁକ୍ତ କୋରକୋରା ଗ୍ରାମର ମହେଶ୍ୱର ମହାଳିକ ଓ ମୁଢ଼ାପଦା ଗ୍ରାମର ବବିତା ଯେନାକୁ ଗିରଫ କରାଯାଇଛି । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଭଦ୍ରକ ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଇନିସପେକ୍ଟର ଧନେଶ୍ୱର ବରାଡଙ୍କ ନେତୃତ୍ୱରେ ଧାମନଗର ଅବକାରୀ ଅଧିକାରୀ ପ୍ରହଲ୍ଲାଦ ସାମଲ,ଏଏସଆଇ ପୁରୁଷୋତ୍ତମ ମଲ୍ଲିକ, କନେଷ୍ଟବଳ ଅନବାଦିତ୍ୟ ବାରିକ, ରମେଶ ନାୟକ, ଅଜିତ କୁମାର ସିଙ୍କୁ, ପ୍ରଦୀପ ମଲ୍ଲିକ, ସଞ୍ଜୟ କୁମାର ପାତ୍ର ଓ ସନ୍ଧ୍ୟାରାଣୀ ସେନାପତି ଚଢାଉରେ ସାମିଲ ଥିଲେ ।