ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀ ଶ୍ରୀ ଜଗନ୍ନାଥ କଳା ସଂସ୍କୃତି ସଂକୀର୍ତ୍ତନ ସେବା ବିକାଶ ପରିଷଦ, ଓଡିଶାର ଭଦ୍ରକ ଜିଲ୍ଲା ଶାଖା ତରଫରୁ ପ୍ରତ୍ୟେକ ସଂକୀର୍ତ୍ତନ ମଣ୍ଡଳୀ କଳାକାରଙ୍କୁ ପରିଚୟ ପତ୍ର ପ୍ରଦାନ, ସାମାଜିକ ସୁରକ୍ଷା ଯଥା- ପେନସନ୍, ଭତ୍ତା, କରୋନା ସହାୟତା ଆଦି ଦାବୀ ପୂରଣ ପାଇଁ ଭଦ୍ରକ ଠାରେ ବିରାଟ ଶୋଭାଯାତ୍ରା ଓ ପାରମ୍ପରିକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାର ହଜାର ସଂକୀର୍ତ୍ତନ ମଣ୍ଡଳୀର କଳାକାରମାନଙ୍କୁ ନେଇ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା, ନଗର କୀର୍ତ୍ତନ ସହ ଗାନ୍ଧୀପଡିଆରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଏକ ପଥପ୍ରାନ୍ତ ସଭା ନାରାୟଣ ନାୟକଙ୍କ ସଭାପତିତ୍ୱରେ ଏକ ୧୩ ଦଫା ଦାବୀପତ୍ର ୫ ଜଣ କର୍ମକର୍ତ୍ତାଙ୍କ ଦ୍ୱାରା ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ଉକ୍ତ ପଥପ୍ରାନ୍ତ ସଭାରେ ପରିଷଦର ରାଜ୍ୟ ସାଧାରଣ ସମ୍ପାଦକ ଶିବ ପ୍ରସାଦ ସ୍ୱାଇଁ, ସଭାପତି ରବିନାରାୟଣ ସ୍ୱାଇଁ, ଜିଲ୍ଲା ସଭାପତି ଚନ୍ଦ୍ରମଣୀ ଜେନା, ସମ୍ପାଦକ ଅକ୍ଷୟ କୁମାର ପଣ୍ଡା, ଜିଲ୍ଲା ସଂଯୋଜକ ବିଜୟ କୁମାର ଓଝା ଓ ଅତିଥି ଭାବେ ବିଶିଷ୍ଟ ପ୍ରବଚକ ତଥା ଅମୃତ ଦର୍ଶନର ସଂପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଓଡିଶା ରାଜ୍ୟ ଅସଂଘଟିତ ଶ୍ରମିକ ସଂଘ ସମନ୍ୱୟ କମିଟିର ରାଜ୍ୟ ଆବାହକ ନୃସିଂହ ଚରଣ ମିଶ୍ର, ସାଧାରଣ ସମ୍ପାଦକ ଦିନବନ୍ଧୁ ସାହୁ, ନୀଳଚକ୍ର ଶ୍ରମିକ ସଂଘ ସମ୍ପାଦକ ଧିରେନ୍ଦ୍ର ନାୟକଙ୍କ ସମେତ କ୍ଷୀରସିନ୍ଧୁ ନାୟକ, ଅମୀୟ କୁମାର ନାୟକ, ଅମୂଲ୍ୟ କୁମାର ଭୋଇ, ମନୋଜ ନାୟକ, ପିତାମ୍ବର ସ୍ୱାଇଁ, ଅକ୍ଷୟ କୁମାର ଓଝା, ବିଶ୍ୱନାଥ ବେହେରା, ଧନେଶ୍ୱର ଦାସ, ଯଜାତି କିଶୋର ଭୋଇ, ନରେନ୍ଦ୍ର କୁମାର ଜେନାଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
Home ଜିଲ୍ଲା ପରିକ୍ରମା ସାମାଜିକ ସୁରକ୍ଷା ଦାବୀ ନେଇ ସଂକୀର୍ତ୍ତନ ମଣ୍ଡଳୀ ମାନଙ୍କର ଭଦ୍ରକ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ