Home ଜିଲ୍ଲା ପରିକ୍ରମା ଶିଶୁ ଅଧିକାର ଓ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ପାଳନ, ଗଡ଼ିଲା ସଚେତନତା ରଥ

ଶିଶୁ ଅଧିକାର ଓ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ପାଳନ, ଗଡ଼ିଲା ସଚେତନତା ରଥ

27

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଶିଶୁସୁରକ୍ଷା ୟୁନିଟ୍ ଭଦ୍ରକ, ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଶିଶୁଅଧିକାର ଓ ପୋଷ୍ୟସନ୍ତାନ ଗ୍ରହଣ ନିମନ୍ତେ ଏକ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହରବ୍ୟାପୀ ପରିକ୍ରମା କରିବା ସହିତ ୭ଟି ବ୍ଲକରେ ସଚେତନତା ବାର୍ତ୍ତା ପହଞ୍ଚାଇବା ଲକ୍ଷ୍ୟନେଇ ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ର ଓ ଭାରପ୍ରାପ୍ତ ଶିଶୁମଙ୍ଗଳ କମିଟିର ଅଧ୍ୟକ୍ଷ ପ୍ରଦୀପ୍ତ କରଙ୍କ ଦ୍ୱାରା ସବୁଜ ପତାକା ଦେଖାଇ ଶୁଭାରମ୍ଭ ହୋଇଥିଲା । ଏହି ସଚେତନତା ରଥକୁ ଜିଲ୍ଲା ସଂସ୍କୃତିଭବନ ପରିସର ପର୍ଯ୍ୟନ୍ତ ପଦଯାତ୍ରାରେ ଅଣାଯିବା ସହ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ସଠିକ୍ ପ୍ରକ୍ରିୟା ଜାଣିବା ଏବଂ ନିଃସନ୍ତାନ ଦମ୍ପତି ଅନ୍‌ଲାଇନ୍ ପଦ୍ଧତିରେ କିଭଳି ପୋଷ୍ୟସନ୍ତାନ ଗ୍ରହଣ କରିପାରିବେ, ରେଡ଼ିଓ ଜିଙ୍ଗିଲ୍ ମାଧ୍ୟମରେ ପ୍ରଚାର କରାଯାଇଥିଲା । ଏହି ଉପଲକ୍ଷେ ଜିଲ୍ଲା ସଂସ୍କୃତିଭବନ ପରିସରରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ଶିଶୁମଙ୍ଗଳ କମିଟିର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଦୀପ୍ତ କର ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ ଜୟନ୍ତୀ ବେହେରା, ଶିଶୁବିକାଶ ଅଧିକାରିଣୀ ସୁନନ୍ଦା ରାଉତ, ଜିଲ୍ଲାଶିଶୁସୁରକ୍ଷା ଅଧିକାରୀ ବିଜୟକେତନ ସାହୁ, ଶିଶୁ ମଙ୍ଗଳ କମିଟିର ସଦସ୍ୟ ସତ୍ୟସୁନ୍ଦର ପୁହାଣ ପ୍ରମୁଖ ଯୋଗଦାନ କରି ଶିଶୁ ଅଧିକାର ଓ ସଠିକ୍ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପ୍ରକ୍ରିୟା ସମ୍ବନ୍ଧରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଗାନ୍ଧିବାଳାଶ୍ରମର ଅନ୍ତେବାସୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା ।

ଶିଶୁସୁରକ୍ଷା ଅଧିକାରୀ ଶ୍ରୀ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶିଶୁ ସୁରକ୍ଷା ୟୁନିଟ୍‌ର ଅଣଆନୁଷ୍ଠାନିକ ଅଧିକାରିଣୀ ସ୍ୱାଗତିକା ବାରିକ୍ ପୋଷ୍ୟସନ୍ତାନ ଗ୍ରହଣ ନିମନ୍ତେ କିଭଳି ଯୋଗ୍ୟ ପୋଷ୍ୟାଗ୍ରହୀ ଦମ୍ପତି ଆଗ୍ରହ ପ୍ରକାଶ କରି କିଭଳି ଆବେଦନ କରିପାରିବେ ଏବଂ ସଠିକ୍ ପ୍ରକ୍ରିୟାରେ ଅନ୍‌ଲାଇନ୍‌ରେ ତଥ୍ୟ ପ୍ରଦାନ କରି ପଞ୍ଜିକୃତ କରିପାରିବେ । ପୋଷ୍ୟ ସନ୍ତାନ ଗ୍ରହଣ ଏକ ସହଜ ଓ ସରଳ ପ୍ରକ୍ରିୟା ଜାଣିବା ଆବଶ୍ୟକ ବୋଲି ସମସ୍ତେ ଅବଗତ ହେବା ସହ ସମସ୍ତ ବିଭାଗୀୟ ଅଂଶୀଦାରିମାନେ ସଚେତନ ହେବା ଉଚିତ ବୋଲି ଦର୍ଶାଇଥିଲେ । ଯଦ୍ୱାରା ଭୁଲ୍ ପଦ୍ଧତିରେ କୌଣସି ସମ୍ଭାବ୍ୟ ପୋଷ୍ୟାଗ୍ରହୀ ଦମ୍ପତି ବଶବର୍ତ୍ତୀ ହେବେ ନାହିଁ ବୋଲି ମତପୋଷଣ କରିଥିଲେ । ଏହି ଅବସରରେ ଶିଶୁ ସୁରକ୍ଷା ବିଭାଗର ଆନୁଷ୍ଠାନିକ ଅଧିକାରୀ ବିଶ୍ୱ ନାରାୟଣ ପଣ୍ଡା, ଆଇନପ୍ରୋବେସନ ଅଧିକାରୀ ସୁବ୍ରତ ଦାସ, ଚାଇଲ୍ଡଲାଇନର ସଂଯୋଜିକା ସରସ୍ୱତୀ ମହାରଣା ପ୍ରମୁଖ ମତପୋଷଣ କରିଥିଲେ । ଗାନ୍ଧିବାଳାଶ୍ରମର ସଂପାଦକ ଅଶୋକ ଦାସ, ଫେଲୋସିପ୍‌ର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତି, ମଦନ ଦାସ, ଚାଇଲ୍ଡ ଲାଇନ୍ ଓ ସବ୍‌ସେଣ୍ଟର କର୍ମକର୍ତ୍ତା ଶିଶୁଯତ୍ନ ଅନୁଷ୍ଠାନର ଅଧିକ୍ଷକ ହୃଷିକେଶ ମହାନ୍ତି, ଧନଞ୍ଜୟ ଜେନା, ଜ୍ୟୋତିରଞ୍ଜନ ପତି, ଲିପିକା ପଣ୍ଡା, ଦିଗନ୍ତ ବେହେରା, ଦେବିସ୍ମିତା ମହାନ୍ତି, ରିଆଜ ଅହମ୍ମଦ ସମେତ ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ, ଶିଶୁଅନୁଷ୍ଠାନର କର୍ମକର୍ତ୍ତା, ପାରାଲିଗାଲ କର୍ମୀ, ୱାନଷ୍ଟପ୍ ସେଣ୍ଟର, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ପୋଲିସ୍ ବାହିନୀ ଅଂଶଗ୍ରହଣ କରିଥିଲେ । ଶିଶୁ ସୁରକ୍ଷା ବିଭାଗର ମହେଶ ଚନ୍ଦ୍ର ଦାଶ, ଧୀରଜ ବାରିକ୍‌, ଦମୟନ୍ତୀ ଦାଶ, ଚିନ୍ମୟ ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶିଶୁ ସୁରକ୍ଷା ୟୁନିଟ୍‌ର ପ୍ରୋବେସନ ଅଧିକାରୀ ଶ୍ରୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.