ହାଟଡ଼ିହି-୨୦ /୧୧, (ଓଡିଆପୁଅ / ବିକାଶ ବିଶ୍ୱାଳ) ପାରିବାରିକ କଳହକୁ କେନ୍ଦ୍ରକରି ପନ୍ଦାଡୋ ଗ୍ରାମରେ ଜଣେ ବ୍ୟକ୍ତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଖବରରୁ ଜଣାଯାଇଛିଯେ ପନ୍ଦାଡୋ ଖଇରିମରା ସାହିର ନରହରି ନାୟକ ନାମକ ଜଣେ ବ୍ୟକ୍ତି ଗତକାଲି ପାରିବାରିକ କଳହକୁ ନେଇ ନିଜ ଘର ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଖବରପାଇ ଆଜି ସକାଳି ନନ୍ଦିପଦା ପୁଲିସ ପହଞ୍ଚି ଶବକୁ ଜବଦ କରିବା ସହିତ ପୋଷ୍ଟମଟମ ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ତଦନ୍ତ ଜାରି ରଖିଛି ।