Home ଜିଲ୍ଲା ପରିକ୍ରମା ନାବାଳିକା ଯୌନ ନିର୍ଯ୍ୟାତନା ମାମଲାରେ ଅଭିଯୁକ୍ତକୁ ଆଜୀବନ ଜେଲ୍

ନାବାଳିକା ଯୌନ ନିର୍ଯ୍ୟାତନା ମାମଲାରେ ଅଭିଯୁକ୍ତକୁ ଆଜୀବନ ଜେଲ୍

45

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏକ ନାବାଳକ ଯୌନ ନିର୍ଯ୍ୟାତନା ମାମଲାର ବିଚାର କରି ଭଦ୍ରକ ଅତିରିକ୍ତ ଜିଲା ତଥା ଦୌରା ଜଜ୍ ପ୍ରଣତି ସାହା ଖଇରା ଥାନା ଘୁସୁରିଗଡିଆ ଗ୍ରାମର ମାୟାଧର ଜେନାଙ୍କ ପୁତ୍ର ମାନସ (୩୮) କୁ ନାବାଳିକା ଯୌନ ନିର୍ଯ୍ୟାତନା ମାମଲାର ଦଫା ୬ ରେ ଆଜୀବନ ଜେଲ୍ ଓ ୨୦ ହଜାର ଟଙ୍କା ଜରିମାନା ଅନାଦେୟ ପୁଣି ୧ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଅନ୍ୟପକ୍ଷରେ ଭଦ୍ରକ ଜିଲା ଆଇନ୍ ସେବା ପ୍ରାଧିକରଣ ପୀଡିତାକୁ ୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାରୁ ପ୍ରକାଶ ଗତ ୨୦୧୭ ମସିହା ନଭେମ୍ବର ୩ ତାରିଖ ସନ୍ଧ୍ୟା ୭ଟାରେ ଚରମ୍ପା ଡଗରାସାହି ଗ୍ରାମର ରବିନ୍ଦ୍ର କୁମାର ନାୟକଙ୍କ ନାବାଳିକା କନ୍ୟା ଘର ସମ୍ମୁଖରେ ଖେଳୁଥିବା ସମୟରେ ସେହି ଗ୍ରାମରେ ଭଡାରେ ରହୁଥିବା ଅଭିଯୁକ୍ତ ମାନସ ତାକୁ ନିଛାଟିଆ ସ୍ଥାନକୁ ନେଇ ଯୌନ ନିର୍ଯ୍ୟାତନା ଦେଇଥିଲା । ଏ ବିଷୟରେ ପୀଡିତା ତା ମାଆ ପାଖରେ କହିବା ପରେ ତାର ବାପାଙ୍କ ଅଭିଯୋଗ କ୍ରମେ ଭଦ୍ରକ ଟାଉନ୍ ଥାନା କେଶ୍ ନଂ ୩୩୪/୧୭, ଦଫା ୩୭୬ ଓ ପେକ୍ସୋ ଆଇନ୍‌ର ଧାରା ୬ ରେ ମାମଲା ରୁଜୁ ହୋଇ ଅଭିଯୁକ୍ତ ମାନସକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହିଦିନ ଠାରୁ ମାନସ ଜେଲ୍‌ରେ ବିଚାରାଧୀନ ବନ୍ଦୀ ଭାବରେ ଅଟକ ଅଛି । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ବଟକୃଷ୍ଣ ଦାସ ଓ ଅରୁଣ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.