Home ଜିଲ୍ଲା ପରିକ୍ରମା ଶିଶୁମାନେ ଜାତିର ଅମୂଲ୍ୟ ସମ୍ପତ୍ତିି

ଶିଶୁମାନେ ଜାତିର ଅମୂଲ୍ୟ ସମ୍ପତ୍ତିି

31

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିନ୍ଦୁମାଧବ ବାଗୁରାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ ରାମଚନ୍ଦ୍ର ପଣ୍ଡା ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ଶିଶୁ ଉତ୍ସବକୁ ଉଦ୍‌ଘାଟନ କରି ଶିଶୁ ସମଗ୍ର ମଣିଷ ଜାତିର ଅମୂଲ୍ୟ ସମ୍ପଦ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ପୂର୍ବତନ ଛାତ୍ର, ପୂର୍ବତନ ପୋଲିସ୍ ଅଧିକାରୀ ଶ୍ରୀ ରଙ୍ଗବଲ୍ଲଭ ଜେନା ଯୋଗଦାନ କରି ଶିଶୁ ମାନେ ସମ୍ଭାବନାର ସକାଳ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀ ଅକ୍ଷୟ କୁମାର ପଣ୍ଡା ଯୋଗଦାନ କରି ଚାଚା ନେହେରୁଙ୍କ ଗୁଣାବଳୀ ଆଲୋଚନା କରିଥିଲେ। ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ଖିଲାର, ସୋମନାଥ ଜେନା, ଶିକ୍ଷୟିତ୍ରୀ ରୀତାରାଣୀ ଦେ, ବସୁମତୀ ଧଳ, ଉଷାରାଣୀ ସାହୁ, ମାନସୀ ପାଢୀ, ସୁକାନ୍ତି ସାହୁ ଓ ଛାତ୍ରଛାତ୍ରୀମାନେ ସେମାନଙ୍କ ମତ ରଖିଥିଲେ। ଏହି ପରିପ୍ରେକ୍ଷୀର ପ୍ରତିଯୋଗିତାରେ ସଫଳ ହୋଇଥିବା ବିଭିନ୍ନ ଛାତ୍ରଛାତ୍ରୀଙ୍କୁ ପୁରସ୍କାରମାନ ପ୍ରଦାନ କରାଯାଇଥିଲା। ଶିକ୍ଷକ ରତିକାନ୍ତ ବେହେରାଙ୍କ ସମ୍ପାଦନାରେ ନିର୍ମିତ ପ୍ରାଚୀର ପତ୍ରକୁ ଡଃ ରାମଚନ୍ଦ୍ର ପଣ୍ଡା ଅନାବରଣ କରିଥିଲେ। ଶ୍ରୀମତୀ ସ୍ୱର୍ଣ୍ଣଲତା ପାଣିଗ୍ରାହୀ ଉତ୍ସବରେ ସଭାପତିତ୍ୱ କରିଥିବାବେଳେ ଶ୍ରୀ ରବିନାରାୟଣ ମହାନ୍ତି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ନୃସିଂହ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ ସମ୍ପାଦନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.