Home ଜିଲ୍ଲା ପରିକ୍ରମା ମେଧାବି ଛାତ୍ରଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା

ମେଧାବି ଛାତ୍ରଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା

43

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ଗ୍ରାମାଂଚଳରେ ସାଧାରଣ ପରିବାରର ଛାତ୍ର ଆଜି ସର୍ବଭାରତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଭଦ୍ରକ ଜିଲ୍ଲାର ଧାମନଗର ବିଜ୍ଞାପିତ ଅଂଚଳର ମନ୍ତେଇବାଟି ଗ୍ରାମର ପିତା ବ୍ରଜକିଶୋର ମଲ୍ଲିକ ଓ ମାତା ମଞ୍ଜୁଲତା ମହାପାତ୍ରଙ୍କ ସୁପୁତ୍ର ସାଇଜ୍ୟୋତି ମଲ୍ଲିକ ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷାରେ ୭୨୦ ନମ୍ବରରୁ ୬୯୪ନଂ ରଖି କୃତ କାର୍ଯ୍ୟ ହୋଇଥିବାବେଳେ ଓଡ଼ିଶାର ପଂଚମ ସ୍ଥାନ ଅଧିକାର କରିଥିବା ସାଇଜ୍ୟୋତିକୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ସମ୍ବର୍ଦ୍ଧନାର ସୁଅ ଛୁଟୁଥିବାବେଳେ ଆଜି ସାଇଜ୍ୟୋତି ନିଜ ପଢୁଥିବା ଧାମନଗର ସ୍ଥିତ ଅକ୍ସଫୋଡ଼ ପବ୍ଲିକ ସ୍କୁଲରେ ଆଜି ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବିଦ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଅଧ୍ୟକ୍ଷ ଶରତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରଧାନ ଶିକ୍ଷକ ବିଜୟ କୁମାର ନାୟକ ପ୍ରାରମ୍ଭିକ ସୁଚନା ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଶିକ୍ଷକ ନନ୍ଦକିଶୋର ଖଣ୍ଡୁଆଳ, ବିକ୍ରମ ନାୟକ, ସୁଧିର ବିଶ୍ୱାଳ, ପଦ୍ମନାଭ ଦାସ, ରଙ୍ଗାଧର ଜେନା, ରମେଶ ପ୍ରଧାନ, ସଂଗୀତା ଅଧିକାରୀ, ସରସ୍ୱତୀ ସେନାପତି ପ୍ରମୁଖ ସାଇଜ୍ୟୋତିଙ୍କ ବିଦ୍ୟାଳୟରେ ପଢୁଥିବା ସମୟରେ ତାଙ୍କର ଶିକ୍ଷାପ୍ରତି ଆବେଗ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସୂଚନା ଥାଉକି ସାଇଜ୍ୟୋତି ଅକ୍ସଫୋର୍ଡ଼ ବିଦ୍ୟାଳୟରେ ୧୦ମ ଶ୍ରେଣୀ ସିବିଏସ୍‌ଇ ପରୀକ୍ଷାରେ ୯୮.୦୨ ଶତକଡ଼ା ନମ୍ବର ରଖି ନିଶ୍ଚିତ ଭାବେର ସେତେବେଳେ ଧାମନଗର ଅଂଚଳ ତଥା ଉକ୍ତ ବିଦ୍ୟାଳୟର ଗୌରବ ରଖିଥିଲେ ବୋଲି ଅଧ୍ୟକ୍ଷ ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ । ପରେ ବିଦ୍ୟାଳୟ ପକ୍ଷରୁ ସାଇଜ୍ୟୋତିକୁ ଏକ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.