କୋରାପୁଟ ୨୯-୧୦(ଓଡିଆ ପୁଅ /ରଂଜନ ଦାସ)ମାଛକୁଣ୍ଡ ଥାନା ଅନ୍ତର୍ଗତ ଜବାଗଡ ପାହାଡରେ ଗଞ୍ଜେଇ ମହଜୁଦ ଥିବା କୈାଣସି ସୂତ୍ରରୁ କୋରାପୁଟ ଅବକାରୀ ବିଭାଗକୁ ଖବର ମିଳିଥିଲା ।କୋରାପୁଟ ଅବକାରୀ ନିରୀକ୍ଷକ ପ୍ରମୋଦ କୁମାର ବାଣୁଆ ,ଡିଏଫଏସ ନିରୀକ୍ଷକ ଦିଲିପ କୁମାର ରଥ ,ଏଏସଆଇ ଅରୋପଳକ ଦାସ,ପ୍ରତିମା ବେହେରା ଓ ସଂଜୟ ପ୍ରଧାନ ,କନେଷ୍ଟବଲ ତ୍ରିଲୋଚନ ରାୟଚେଟ୍ଟି ,ପ୍ରଶାନ୍ତ ନାୟକ,ସବିତା ପୂଜାରୀ,ଆର.ଭେଙ୍କେଟ କୁମାର ,ରାମ ଗୈାଡ ଓ ନନ୍ଦପୁର ଏସଡିପିଓ କାର୍ଯ୍ୟାଳୟ କର୍ମଚାରୀମାନେ ଜବାଗଡ ପାହାଡକୁ ଯାଇ ଖୋଜାଖୋଜି କରିବା ପରେ ଗଞ୍ଜେଇ ପ୍ୟାକେଟ ପାଇଥିଲେ ।ମାଜିଷ୍ଟ୍ରେଟ ତପନ ନାୟକଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା ।୧୮୫ କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି ।