Home ଓଡ଼ିଶା ଶ୍ରୀମନ୍ଦିର ସମସ୍ତ ଦ୍ୱାର ପଟେ ପୁରୀ ବାସିନ୍ଦାଙ୍କୁ ପ୍ରବେଶ ଅନୁମତି ଦାବି କଲା ଶ୍ରୀଜଗନ୍ନାଥ ସେନା

ଶ୍ରୀମନ୍ଦିର ସମସ୍ତ ଦ୍ୱାର ପଟେ ପୁରୀ ବାସିନ୍ଦାଙ୍କୁ ପ୍ରବେଶ ଅନୁମତି ଦାବି କଲା ଶ୍ରୀଜଗନ୍ନାଥ ସେନା

43

ପୁରୀ ୨୬ -୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିର ସମସ୍ତ ଦ୍ୱାର ପଟେ ପୁରୀ ବାସିନ୍ଦାଙ୍କୁ ପ୍ରବେଶ ଅନୁମତି ଦାବି କରିଛି। ଶ୍ରୀଜଗନ୍ନାଥ ସେନା। ଏହି ମର୍ମରେ ଏକ ସ୍ମାରକପତ୍ର ପୋଲିସ ଡିଜିଙ୍କୁ ପୁରୀ ଏସ୍ପିଙ୍କ ଜରିଆରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦିଆଯାଇଛି। ଶ୍ରୀଜଗନ୍ନାଥ ସେନା କହିଛି ଯେ ପୁରୀ ବାସିନ୍ଦାଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ। ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ କରି ନିତିଦିନିଆ କାର୍ଯ୍ୟ କରନ୍ତି ପୁରୀ ସହର ବାସୀ। ହେଲେ ପ୍ରଶାସନ ପକ୍ଷରୁ କେଵଳ ଶ୍ରୀମନ୍ଦିର ସିଂହ ଦ୍ୱାର ଦେଇ ପ୍ରବେଶ ଅନୁମତି ନୀୟମ ପରେ ପୁରୀ ବାସିନ୍ଦା ପ୍ରତଦିନ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି। ପୁରୀ ବାହାରୁ ଆସୁଥିବା ଯାତ୍ରୀଙ୍କ ସହ ଲାଇନରେ ଠିଆ ହୋଇ ଦୀର୍ଘ ସମୟ ଅପେକ୍ଷା ପରେ ମହାପ୍ରଭୁଙ୍କ ଦର୍ଶନ ଲାଭ କରୁଛନ୍ତି। ସେହିପରି ମହା ପ୍ରସାଦ ଟିକେ ଆଣିବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଛି। ବୁଢ଼ାବୁଢୀମାନେ ଲାଇନରେ ଠିଆ ହୋଇ ପାରୁନାହାଁନ୍ତି। ଫଳରେ ବୟସ୍କ ଲୋକମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେଉଛନ୍ତି। ଶ୍ରୀମନ୍ଦିର ହେଉଛି ପୁରୀ ବାସିନ୍ଦାଙ୍କ ଗାଁ ରେ ଥିବା ମନ୍ଦିର ଭଳି। ନିଜ ଗାଁ ମନ୍ଦିରକୁ କଣ ଯିବା ପାଇଁ ପୁରୀ ବାସିନ୍ଦାଙ୍କୁ ଅନ୍ୟ ଯାତ୍ରୀଙ୍କ ସହ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡିବ ବୋଲି ଶ୍ରୀଜଗନ୍ନାଥ ସେନା ପ୍ରଶ୍ନ କରିଛି। ପୂର୍ବରୁ ଶ୍ରୀମନ୍ଦିର ସମସ୍ତ ଦ୍ୱାରରେ ପୁରୀ ବାସିନ୍ଦା ଆଧାର କାର୍ଡ଼ କିମ୍ବା ପରିଚୟ ପତ୍ର ଦେଖାଇ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ। ଯାହାକି ପ୍ରଶାସନ ବନ୍ଦ କରିଦେଇଛି। ଏହି ନିୟମ ଲାଗୁ ନେଇ ଗତ୨୦୧୮ ଅକ୍ଟୋବର ୩ ରେ ପୁରୀରେ ହିଂସାକାଣ୍ଡ ଘଟିଥିଲା। ପରେ ସରକାର ପୁରୀ ବାସିନ୍ଦାଙ୍କ ପାଇଁ ନିୟମ ବଦଳାଇ ସମସ୍ତ ଦ୍ୱାର ରେ ପ୍ରବେଶ ଅନୁମତି ଦେଲେ। ହେଲେ ପୁଣି ସରକାର କଟକଣା ଲାଗୁ କରିବା ପରେ ପୁରୀ ସହର ବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଯଦି ସରକାର ପୁରୀ ବାସିଙ୍କୁ ଶ୍ରୀମନ୍ଦିରର ସମସ୍ତ ଦ୍ୱାର ରେ ପ୍ରବେଶ ଅନୁମତି ନ ଦିଅନ୍ତି ଶ୍ରୀଜଗନ୍ନାଥ ସେନା ବାଧ୍ୟ ହୋଇ ନଭେମ୍ବର ମାସରେ ପୁରୀ ବନ୍ଦ ଡାକରା ଦେବ। ସେତେବେଳେ ଯେଉଁ ସ୍ଥିତି ଉପୁଜିବ ପ୍ରଶାସନ ଓ ସରକାର ଦାୟୀ ରହିବେ ବୋଲି ଶ୍ରୀଜଗନ୍ନାଥ ସେନା ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.