Home କେନ୍ଦୁଝର ଇଞ୍ଚୋଳ ବିକାଶ ମଞ୍ଚର କାର୍ଯ୍ୟକ୍ରମକୁ ବିଡିଓଙ୍କ ପ୍ରସଂଶା

ଇଞ୍ଚୋଳ ବିକାଶ ମଞ୍ଚର କାର୍ଯ୍ୟକ୍ରମକୁ ବିଡିଓଙ୍କ ପ୍ରସଂଶା

33

ହାଟଡ଼ିହି, ୨୬ /୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ବିଡିଓ ସୁଶ୍ରୀ ବିନିତା ବିଜୟିନୀ ଆଜି ଇଞ୍ଚୋଳ ପଞ୍ଚାୟତ ଗ୍ରସ୍ଥକରି ଇଞ୍ଚୋଳ ବିକାଶ ମଞ୍ଚର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ଦେଖି ପ୍ରସଂଶା କରିଛନ୍ତି । ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ବନୀକରଣ, ବନ୍ୟପ୍ରାଣୀ ସୁରକ୍ଷା ଓ ସଂରକ୍ଷଣ, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର, ଗୋଚିକିତ୍ସା ଶିବିର, ପରିବେଶ ଉପଯୋଗୀ ବିଭିନ୍ନ ପ୍ରତିଯୋଗୀତା, ଗାଁ ସଫେଇ, ଅଗ୍ନିଶମ ସଚେତନତା ଆଦି କାର୍ଯ୍ୟକ୍ରମ କରାଯାଉଥିବା ଦେଖି ଖୁସି ବ୍ୟକ୍ତ କରିଥିଲେ । ଏନେଇ ବିକାଶ ମଞ୍ଚର ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ବିଡିଓଙ୍କ ଦ୍ୱାରା ଜଗନ୍ନାଥ ବନ ପ୍ରକଳ୍ପରେ ନିମ୍ବ ଗଛ ରୋପଣ କରିବା ସହିତ ଗ୍ରାମର ଐତିହ୍ୟ ସମ୍ପର୍ଣ୍ଣ ମାର୍ଥା ପୋଖରୀ, ବିରଞ୍ଚି ନାରାୟଣ ମନ୍ଦିର, ଗ୍ରାମ୍ୟ ଉଦ୍ୟାନ, ମୁକ୍ତାକାଶ ବ୍ୟାୟାମଶାଳା, ଜଳଫୁଆର, ପରିଦର୍ଶନ କରିବା ସହିତ ଗ୍ରାମ୍ୟ ପର୍ଯ୍ୟଟନ ଉନ୍ନୟନ ପାଇଁ ମଞ୍ଚର ସଦସ୍ୟମାନେ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିରେ ଚନ୍ଦନ ପଣ୍ଡା, ଉମାକାନ୍ତ ପଣ୍ଡା, ରାଜେଶ ରାଉତ, ଜ୍ୟୋତିର୍ମୟ ପଣ୍ଡା, ଇନ୍ଦ୍ରମଣି ଜେନା, କିରଣ ପଣ୍ଡା, ଜୟରାମ ଜେନା, ବଳରାମ ଜେନା, ଯୁବରାଜ ଜେନା, ଜଗନ୍ନାଥ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.