ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏହି ଜିଲାର ଭଣ୍ଡାରିପୋଖରୀ ପୁଲିସ୍ ୨୦ ଲିଟର ଆସ୍କା ଫର୍ଟି ଜବତ ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି ଏଠାରେ ସୂଚନାଯୋଗ୍ୟ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ପୁଲିସ ବାଲିପୋଖରୀ ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଗ୍ରାମର ଧନଞ୍ଜୟ ଦଳାଇଙ୍କ ଠାରୁ ଆଜି ସକାଳେ କୋଡିଏ ଲିଟର ଆସ୍କା ଫର୍ଟି ମତ ଜବତ କରିଛି । ଏହି ଘଟଣାରେ ଏସ.ଆଇ ଅନୁରାଗ ମହାନ୍ତି ଅଭିଯୁକ୍ତକୁ ଗିରଫ କରିଥିଲେ । ଏବଂ ଥାନା କେଶ୍ ନଂ ୩୩୨/୨୧ ମାମଲା ଋଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।