Home ଓଡ଼ିଶା ଶ୍ରୀ ବଳଦେବଜୀଉଙ୍କ ଅନନ୍ତ ବେଶ

ଶ୍ରୀ ବଳଦେବଜୀଉଙ୍କ ଅନନ୍ତ ବେଶ

31

କେନ୍ଦ୍ରାପଡ଼ା ୧୯ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଅରିଲୋ ଆଶ୍ରମର ବାବା ବଳିଆଙ୍କ ଅନନ୍ତ ବଳିଆ ଟ୍ରଷ୍ଟ କେନ୍ଦ୍ରାପଡା ଶାଖା ପକ୍ଷରୁ ମଙ୍ଗଳାର ଶ୍ରୀ ବଳଦେବଜୀଉଙ୍କ ଚର୍ତୁଦଶ ବାର୍ଷିକ ଅନନ୍ତ ବେଶ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରୁ ଶ୍ରୀ ଜୀଉଙ୍କର ପହୁଡ ଫିଟିବାପରେ ଆଳତି କରାଯାଇ ନୀତିସ୍ନାନ କରାଯାଇଥିଲା। ଏହାପରେ ଦିଅଁମାନଙ୍କୁ ନୂତନ ଅଙ୍ଗବସ୍ତ୍ରରେ ସଜ୍ଜିତ କରାଯାଇ ବାବା ବଳିଆଙ୍କ ପକ୍ଷରୁ ଦିଅଁଙ୍କ ପାଦରେ ଏକହଜାର ଆଠଶହ ତୁଳସୀ ଅର୍ପଣ କରାଯାଇଥିଲା। ମଧ୍ୟାହ୍ନରେ ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ଏକ ହଜାରରୁ ଅଧିକ ଭକ୍ତଙ୍କୁ ଅନ୍ନ ପ୍ରସାଦ ଓ କ୍ଷୀରିପିଠା ବଣ୍ଟନ କରାଯାଇଥିଲା। ସନ୍ଧ୍ୟାରେ ଦିଅଁମାନଙ୍କୁ ଅନନ୍ତ ବେଶରେ ସଜ୍ଜିତ କରାଯାଇଥିଲା। ଏହି ବେଶ ଦେଖିବାପାଇଁ ମନ୍ଦିର ପରିସରରେ ଭକ୍ତଙ୍କ ସମାବେଶ ହୋଇଥିଲା। ପ୍ରତିବର୍ଷ ଏହି ଦିବସରେ ବାବା ବଳିଆ ବଳଦେବ ତତ୍ୱଉପରେ ଦୁଇଘଣ୍ଟା ଧରି ପ୍ରବଚନ ଦେଇଥାନ୍ତି। କିନ୍ତୁ ବାହାରେ ଥିବାରୁ ଚଳିତ ବର୍ଷ ବାବା ବଳିଆ ମନ୍ଦିରକୁ ଆସିପାରିନଥିଲେ। ଅନନ୍ତ ବଳିଆ ଟ୍ରଷ୍ଟ କେନ୍ଦ୍ରାପଡା ଶାଖା ପକ୍ଷରୁ ଗୋପ ରାମ ମନ୍ଦିରର ତତ୍ୱାବଧାରକ ବାବାଜୀ କମଳାକାନ୍ତ ଦାସ, ଗୁରୁ କୃଷ୍ଣ ବାବା, ଶ୍ରୀଚରଣ ରାଉତ, ଇଂ ଜ୍ଞାନଦେବ ବେହୁରା ଓ ଅରିଲୋ ଆଶ୍ରମର ଅନ୍ତେବାସୀମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.