Home ଜିଲ୍ଲା ପରିକ୍ରମା ବରଗଡା ସେବା ସମବାୟ ସମିତିର ଚାଷୀଋଣ ହଡ଼ପ ଅଭିଯୋଗ

ବରଗଡା ସେବା ସମବାୟ ସମିତିର ଚାଷୀଋଣ ହଡ଼ପ ଅଭିଯୋଗ

48

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ସେବାସମବାୟ ସମିତି ଅଧିନସ୍ଥ ବରଗଡ଼ା ସେବାସମବାୟ ସମିତିର ଚାଷୀଋଣ ହଡ଼ପ ଅଭିଯୋଗ ନେଇ ଆଜି ଶତାଧିକ ଚାଷୀ କୋରୁଆ ସ୍ଥିତ ବରଗଡ଼ା ସେବାସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ମେଳିହୋଇ ସମ୍ପୃକ୍ତ ସମ୍ପାଦକଙ୍କ ବିରୁଦ୍ଧରେ ବିଶଦଗାର କରିଥିଲେ । ସୂଚନାଥାଉକି ଉକ୍ତ ସମିତି ଅଧିନସ୍ଥ ଗୋବିନ୍ଦପୁର ପଂଚାୟତର ୭ଟି ରାଜସ୍ୱ ଗ୍ରାମର ଚାଷୀମାନେ ନିର୍ଭର କରିଥାନ୍ତି । ସମିତିର ପ୍ରାୟ ୧୪ଶହ ଚାଷୀ ବିଭିନ୍ନ ଋଣ କରିଥିଲେ ମଧ୍ୟ ୪ଶହ ୫୦ଜଣ ଚାଷୀ କେବେ କେଉଁଦିନ ସମବାୟ ସମିତିକୁ ଯାଇନାହାନ୍ତି କି କୌଣସି ଋଣ ମଧ୍ୟ ନେଇନାହାନ୍ତି । ଅପରପକ୍ଷେ ୯୫୦ଜଣ ଚାଷୀ ସୋନଙ୍କ ଋଣ ବହି ସମ୍ପାଦକ ନିଜପାଖରେ ରଖି ନିଜ ଇଛାରେ ପ୍ରତ୍ୟେକ ଋଣିଙ୍କ ଖାତାରେ ଋଣ ଉଠାଇ ନେଇଯାଉଛନ୍ତି । ଏନେଇ ଉକ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ସମ୍ପୃକ୍ତ ସମ୍ପାଦକ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଦାବିରେ ଆଜି ଉକ୍ତ ଅଞ୍ଚଳର ପୂର୍ବତନ ସରପଂଚ ସୁବାଶ ମହାକୁଡ଼, ନରେନ୍ଦ୍ର ରାଉତ, ଅଜୟକାନ୍ତ ରାଉତ, ନିରଂଜନ ମିଶ୍ର, ମନୋଜ କୁମାର ବାରିକ, ଅଭୟ ଜେନା, ପ୍ରମୋଦ ସାହୁ, ଗୋøରାଙ୍ଗ ବେହୁରିଆ, ପରେଶ କୁମାର ନାୟକ ସମେତ ଶତାଧିକ ଚାଷୀ ସମିତିି ଆଗରେ ପ୍ରତିବାଦ କରିଥିଲେ ।

ତେବେ ଆଜି ସରକାରୀ ଛୁଟି ଥିବାରୁ କେହି ଅଧିକାରୀ ପହଂଚିନଥିଲେ, ନିରୁପାୟ ହୋଇ ଚାଷୀମାନେ ଘରକୁ ଫେରିଥିଲେ । ଅପରପକ୍ଷେ ସମିତିର ସମ୍ପାଦକ ଅଶୋକ କୁମାର ବସନ୍ତିଆ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତିଯେ ଉକ୍ତ ସେବା ସମିତିର ୯୭୬ଜଣ ଋଣି ଅଛନ୍ତି । ସେମାନଙ୍କ ମଧ୍ୟରୁ ୩୨ଜଣ ଧାନକିଣିବା ପାଇଁ ଟୋକନ ପାଇଥିଲେ । ତେବେ ସରକାର ଧାନକିଣା ବନ୍ଦକରିଦେବାରୁ ୨୨ଜଣ ଚାଷୀ ସେମାନଙ୍କର ଧାନନେଇଯାଇଥିବାବେଳେ ୧୦ଜଣ ଚାଷୀ ସେମାନଙ୍କ ଧାନ ନନେଇ ପରବର୍ତ୍ତି ସମୟରେ ଧାନ ବିକିବା ପାଇଁ ସମ୍ପାଦକଙ୍କୁ କହିଥିଲେ । ଅପରପକ୍ଷେ ଚାଷୀମାନେ ସମବାୟ ବ୍ୟାଙ୍କରେ ଚେକ୍ ମାଧ୍ୟମରେ ସେମାନଙ୍କର ଋଣ ଟଙ୍କା ନେଇଥାଆନ୍ତି । ଏଣୁ ଏଥିରେ ଜାଲିଆତି ହେବାର ପ୍ରଶ୍ନ ଉଠିଲା କେଉଁଠି । ତେଣୁ କେତେକ ବ୍ୟକ୍ତି ଆମ୍ଭକୁ ବଦନାମ କରିବାପାଇଁ ଏପରି ଘଟଣା ଭିଆଉଛନ୍ତି ବୋଲି ସମ୍ପାଦକ ଅଶୋକ ବସନ୍ତିଆ ତାଙ୍କ ପ୍ରତିକ୍ରିୟାୋର ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.