Home ଜିଲ୍ଲା ପରିକ୍ରମା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ ଫାଇନାଲ ପରୀକ୍ଷା ଫଳ ପ୍ରକାଶିତ ,କୋରାପୁଟ ସରକାରୀ କଲେଜର ୩ ଜଣ...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକ ଫାଇନାଲ ପରୀକ୍ଷା ଫଳ ପ୍ରକାଶିତ ,କୋରାପୁଟ ସରକାରୀ କଲେଜର ୩ ଜଣ ବିଶ୍ୱବିଦ୍ୟାଳୟ ଟପ୍ପର

23

କୋରାପୁଟ ୧୬-୦୯(ଓଡିଆ ପୁଅ /ରଂଜନ ଦାସ)ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ସ୍ୱାତକ  ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ଜଣାପଡିଛି ।କୋରାପୁଟ ସରକାରୀ କଲେଜର ୩ ଜଣ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଥିବା ଜଣାପଡିଛି ।ଗଣିତ ବିଭାଗର ତପସ୍ୱିନୀ ସାହୁ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଥିବା ବେଳେ ଶିକ୍ଷା ବିଭାଗର ସିମାଞଳ ଦାସ ଓ ବାଣିଜ୍ୟ ବିଭାଗର ପ୍ରୀୟଙ୍କା ଖରା ଟପ୍ପର ହୋଇଛନ୍ତି ।ଟପ୍ପର ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକମାନେ ଶୁଭେଛା ଜଣେଇଛନ୍ତି । ସେହିପରି ବାଣିଜ୍ୟ ବିଭାଗର  ଛାତ୍ରୀ ତପସ୍ୱିନୀ ପ୍ରୀୟଦର୍ଶିନୀ ବିଶ୍ୱବିଦ୍ୟାଳୟରେ ୪ର୍ଥ ସ୍ଥାନ ପାଇଥିବା ବେଳେ ବାଣିଜ୍ୟ ବିଭାଗର ପି.ନାଗଦୁର୍ଗା ପ୍ରସାଦ ରାଓ ୭ମ ସ୍ଥାନ , ଶିକ୍ଷା ବିଭାଗର ସି.କେ.ନାୟକ ୭ମ ସ୍ଥାନ , କଂପୁଟର ବିଜ୍ଞାନ ବିଭାଗର ଆକଂକ୍ଷା ନାୟକ ୧୦ମ ସ୍ଥାନ ପାଇଥିବା ଜଣାପଡିଛି ।କୋରାପୁଟ ସରକାରୀ କଲେଜର ଶିକ୍ଷା ବିଭାଗରେ ନିୟମିତ ଅଧ୍ୟାପକ ନ ଥିବା ସତ୍ୱେ ଜଣେ ଛାତ୍ର ଟପ୍ପର ହୋଇଥିବା ବେଳେ ଅନ୍ୟ ଜଣେ ଛାତ୍ର ୭ମ ସ୍ଥାନରେ ରହିଥିବା ବେଳେ ଯଦି ନିୟମିତ ଅଧ୍ୟାପକ ରହିଥାନ୍ତେ ତେବେ ଅନ୍ୟ ଛାତ୍ରମାନେ ଅଧିକା ମାର୍କ ରଖି ବିଶ୍ୱବିଦ୍ୟାଳୟରେ ପାହ୍ୟା ରଖିଥାନ୍ତେ ବୋଲି ସାଧାରଣରେ ଆଲୋଚନା ହେଉଛି ।ତେଣୁ  ରାଜ୍ୟ ସରକାର ନିୟମିତ ଅଧ୍ୟାପକ ନିଯୁକ୍ତି କରିବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.