Home ଜିଲ୍ଲା ପରିକ୍ରମା ଧାମନଗରରେ ବନ୍ୟା: ବିଭିନ୍ନ ଚାଷଜମି ଜଳମଗ୍ନ, କୋଚିଳା ନଦୀରେ ଭାସିଯାଇ ଜଣେ ମୃତ୍ୟୁ

ଧାମନଗରରେ ବନ୍ୟା: ବିଭିନ୍ନ ଚାଷଜମି ଜଳମଗ୍ନ, କୋଚିଳା ନଦୀରେ ଭାସିଯାଇ ଜଣେ ମୃତ୍ୟୁ

34

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲଗାଣ ବର୍ଷା ଓ ଲଗୁଚାପ ଜନିତ ବର୍ଷା ଦ୍ୱାରା ଧାମନଗର ବ୍ଳକର ପ୍ରାୟ ୧୫ଟି ପଂଚାୟତର ଚାଷ ଜମିରେ ଜଳମଗ୍ନ ହୋଇଛି । ବୈତରଣୀ, ଗେଙ୍ଗୁଟି, କୋଚିଳା ଓ ରେବ, କପାଳି ନଦୀରେ ବନ୍ୟାଜଳ ଆସି ବିଭିନ୍ନ ରାସ୍ତା ଘାଟରେ ୨ଫୁଟ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଭଦ୍ରକ- ଆଖଣ୍ଡଳମଣୀ, ଗୋପବନ୍ଧୁନଗର- ହସନାବାଦ, ଅସ୍ତକ- ଅନଳଡ଼ିହ, ସୋହଡ଼ା- ପିତେଇପୁର, ବେଦପୁର- ପଧାନୀ, ଧାମନଗର- ଫଳପୁର ଓ ବାଲିପାଟଣା ଆଦି ମୁଖ୍ୟ ରାସ୍ତାରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ଅନେକ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଖଡ଼ିପଦା ପଂଚାୟତର ଦକ୍ଷିଣକୋରୁଆ ଓ କରସାହି ଗ୍ରାମରାସ୍ତା ଜଳମଗ୍ନ ହୋଇଥିବାରୁ ଗ୍ରାମବାସୀ ମାନେ ଏବେ ଜଳବନ୍ଧି ହୋଇ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେହିପରି ଅସୁରାଳି, କୋଠାର, ଗଢିଆଳି, ବମକୁରା, ଫତେପୁର, ଗୋବିନ୍ଦପୁର, ଖପରପଦା, କଟ୍ଟସାହି, ଧୂଷୁରୀ, ନଦୀଗାଁ, ପାଳସାହି, ସୋହଡ଼ା, ଦଳାଙ୍ଗ, ପଧାନୀ, ଅର୍ଜ୍ଜୁନପୁର ଆଦି ପଂଚାୟତ ମାନଙ୍କରେ ବିଭିନ୍ନ ଚାଷଜମି ଜଳମଗ୍ନ ହୋଇଛି । ସେହିପରି ଧାମନଗର ବିଜ୍ଞାପିତ ଅଂଚଳର ‘ଯ’ ନଦୀରେ ବର୍ଷାଜଳରେ ବିଭିନ୍ନ ଚାଷ ଜମି ଜଳମଗ୍ନ ହୋଇଛି । ଆଜି କୋଚିଳା ନଦୀର ବନ୍ୟାଜଳରେ ଭାସିଯାଇ ଜଣେ ଯୁବକର ମଧ୍ୟ ମୃତ୍ୟୁ ଘଟିଛି । ଯୁବକ ଜଣକ ହେଲେ ପଧାନୀ ପଂଚାୟତର ରାମରାକୂଳ ଗ୍ରାମର ଶ୍ରୀଧର ସାହୁଙ୍କ ପୁଅ ସୁଶାନ୍ତ ସାହୁ(୨୭) ଆଜି ସକାଳେ କୋଚିଳା ନଦୀରେ ଭାସିଯାଇ ଥିବାବେଳେ ଖବରପାଇ ଧାମନଗର ଦମକଳ କେନ୍ଦ୍ରର କର୍ମଚାରୀ ମାନେ ପହଂଚି ସୁଶାନ୍ତର ଶବକୁ ଉଦ୍ଧାର କରିଥିଲେ । ଖବରପାଇ ଧାମନଗର ପୋଲି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦପାଇଁ ଭଦ୍ରକ ପଠାଯାଇଛି । ସୁଶାନ୍ତର ଜଣେ ଗରିବ ପରିବାରର ଯୁବକ ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାପାଇଁ ପୂର୍ବତନ ସରପଂଚ ଅଶୋକ କୁମାର ପୁହାଣ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.