Home କେନ୍ଦ୍ରାପଡ଼ା ୫ କୋଟି ଟଙ୍କାରେ ନିର୍ମିତ ହେବ କେନ୍ଦ୍ରାପଡା ପୌରପାଳିକା ପ୍ରଶାସନିକ କାର୍ଯ୍ୟାଳୟ

୫ କୋଟି ଟଙ୍କାରେ ନିର୍ମିତ ହେବ କେନ୍ଦ୍ରାପଡା ପୌରପାଳିକା ପ୍ରଶାସନିକ କାର୍ଯ୍ୟାଳୟ

24

କେନ୍ଦ୍ରାପଡ଼ା ୭ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) କେନ୍ଦ୍ରାପଡା ପୈାରପାଳିକାର ନୂତନ ପ୍ରଶାସନିକ କାର୍ଯ୍ୟାଳୟ ପାଇଁ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରାଙ୍କ ବିଧାନସଭାରେ ପ୍ରସ୍ତାବ କ୍ରମେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ୫କୋଟି ଟଙ୍କା ମଞ୍ଜୁର କରିଥିବା ସୂଚନା ମିଳିଛି। ଦେଢ ଶହ ବର୍ଷର ପୁରାତନ କେନ୍ଦ୍ରାପଡ଼ା ପୌରପାଳିକାର କାର୍ଯ୍ୟାଳୟ ବହୁ ପୁରୁଣା ହୋଇଗଲାଣି। ତେଣୁ କେନ୍ଦ୍ରାପଡ଼ା ପୌରପାଳିକାର ଏକ ଅତ୍ୟାଧୁନିକ ପ୍ରଶାସନିକ କାର୍ଯ୍ୟାଳୟ ନିର୍ମାଣ କରିବା ପାଇଁ କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ବେହେରା ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିଲେ। ଏହି ଦାବିକୁ ମଙ୍ଗଳବାର ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଅନୁମୋଦନ କରିଥିବା ବିଧାୟକ ଶ୍ରୀ ବେହେରା କହିଛନ୍ତି। ଶ୍ରୀ ବେହେରା କହିଛନ୍ତି ପୌରପାଳିକାର ଯେଉଁ ଅଟାଳିକାଟି ଅଛି ତାହା ବହୁ ପୁରୁଣା ହୋଇଗଲାଣି। ତେଣୁ ବିଭିନ୍ନ ପ୍ରକାର ବୈଠକ ବସିବାରେ ନାନା ପ୍ରକାର ସମସ୍ୟା ଦେଖାଦେଉଛି। ଏହା ହୃଦୟଙ୍ଗମ କରି ମୁଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଥିଲି ଏକ ନୂତନ ଅଟାଳିକା କରିବା ପାଇଁ। ମଙ୍ଗଳବାର ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ଏହାକୁ ମଞ୍ଜୁର କରିଛନ୍ତି। ଏଥିସହ ମୁଁ ଦାବି କରିଥିଲି ଯେ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଏକ ବହୁମୂଖୀ ଶୀତଳ ଭଣ୍ଡାର ନିର୍ମାଣ କରାଯାଉ। ଏଥିପାଇଁ ମଧ୍ୟ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୋମବାର ଏକ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଉଭୟ ମନ୍ତ୍ରୀଙ୍କୁ ବିଦାୟକ ଶ୍ରୀ ବେହେରା ଏଥିନିମନ୍ତେ କୃତଜ୍ଞତା ଜଣାଇଥିବା କହିଛନ୍ତି। ଏହି ଖବର ପହଞ୍ଚିବା ପରେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରେ ଖୁସୀର ଲହରୀ ଖେଳି ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.