କୋରାପୁଟ ୦୭-୦୯(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲଜର କୋଟିଆ ଗ୍ରାମପୁଞକୁ ନେଇ ଓଡିଶା ଓ ଆନ୍ଧ୍ରର ବିବାଦ ଲାଗିରହିଛି । ଆନ୍ଧ୍ରପ୍ରଦେଶର କୈାଣସି ଭିତିଭୂମି ନ ଥିବା ବେଳେ ଅନୁପ୍ରବେଶ କରି ଅନେକ କାର୍ଯ୍ୟକ୍ରମ କରୁଛି ।କୋଟିଆ ଗ୍ରାମପୁଞରେ ଓଡିଶାର ଭିତିଭୂମି ରହିଛି ଏବଂ ଭିତିଭୂମିର ବିକାଶ ପଥରେ କୋଟିଆ ଆଗେଇ ଚାଲିଥିବା ଜଣାପଡିଛି ।
କୋଟିଆ ଗ୍ରାମପୁଞରେ ରାସ୍ତା ଭିତିଭୂମି ଉପରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡିଛି ।ଦେଓମାଳି ଛକରୁ କୋଟିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଶେଷ ହୋଇଯାଇଛି ।କୋଟିଆଠାରୁ ମାଡକାର ପର୍ଯ୍ୟନ୍ତ ୬.୬କିମି ରାସ୍ତା ୫ କୋଟି ୧୬ ଲକ୍ଷ ୯ ହଜାର ଟଙ୍କା ବିନିମୟରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ଗ୍ରାମ୍ୟ ନିର୍ମାଣ ବିଭାଗ ଯନ୍ତ୍ରୀ ପି.କେ.ମହାନ୍ତି ସୂଚନା ଦେଇଛନ୍ତି ।ମାଡକାରଠାରୁ ଆନ୍ଧ୍ର ସୀମା (ଫଗୁଣସେନେରୀ ,ଡୋଲିଆମ୍ଭ ,ବର୍ଣ୍ଣାପାଡୁ,ସଲଫଗୁଡା ,କନାଦୋରା,ହରମାଡିଙ୍ଗ) ପର୍ଯ୍ୟନ୍ତ ରହିଥିବା ରାସ୍ତା ନିର୍ମାଣ ୧୮ କୋଟି ୮୫ ଲକ୍ଷ ୧ ହଜାର ୩୯୪ ଟଙ୍କା ବିନିମୟରେ କରାଯାଇଥିବା ସେ ପ୍ରକାଶ କରିଛନ୍ତି । ୧୪ କୋଟି ଟଙ୍କା ବିନିମୟରେ ବ୍ରିଟିଶରୋଡଠାରୁ ନେରେଡିବାଲସା ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଚାଲୁଥିବା ଯନ୍ତ୍ରୀ ମନୋରଂଜନ ପରିଡା ସୂଚନା ଦେଇଛନ୍ତି ।ବର୍ଷା ଛାଡିବାର ପ୍ରାୟ ୧ ମାସ ମଧ୍ୟରେ କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ସେ ପ୍ରକାଶ କରିଛନ୍ତି ।୨ କୋଟି ଟଙ୍କା ବିନିମୟରେ କୋଟିଆଠାରୁ ନେରେଡିବାଲସା ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଚାଲୁଥିବା ଯନ୍ତ୍ରୀ ରିଙ୍କୁ ନାହାକ ସୂଚନା ଦେଇଛନ୍ତି ।କୋଟିଆଠାରେ ୧ କୋଟି ୫୦ ଲକ୍ଷ ଟଙ୍କା ବିନିମୟରେ ଅଫିସ କ୍ୱାଟର କାର୍ଯ୍ୟ ଶେଷ ହୋଇଯାଇଥିବା ସେ ପ୍ରକାଶ କରିଛନ୍ତି ।କୋଟିଆରେ ୫୨.୫୨ ଲକ୍ଷ ଟଙ୍କା ବିନିମୟରେ ନୂତନ ହସପିଟାଲ କାର୍ଯ୍ୟ ଶେଷ ହୋଇଯାଇଥିବା ଯନ୍ତ୍ରୀ ରାମଚନ୍ଦ୍ର ରଥ ସୂଚନା ଦେଇଛନ୍ତି ।ନୂତନ ହସପିଟାଲ ଏବେ କାର୍ଯ୍ୟକ୍ଷମ ହୋଇଥିବା ଜଣାପଡିଛି ।କୋରାପୁଟ ଆଇଟିଡିଏ ତରଫରୁ କୋଟିଆ ସେବାଶ୍ରମରେ ୧ କୋଟି ୯୭ ଲକ୍ଷ ଟଙ୍କା ବିନିମୟରେ ବିଭିନ୍ନ ଭିତିଭୂମି କାର୍ଯ୍ୟ ଶେଷ ହୋଇଯାଇଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ସଂଜୟ କେସପେଟା ସୂଚନା ଦେଇଛନ୍ତି ।ଗଞେଇପଦରଠାରେ ୫ କୋଟି ୮୦ ଲକ୍ଷ ଟଙ୍କା ବିନିମୟରେ ଏକାଡେମିକ ବ୍ଲକ,୩୦୦ ଶଯ୍ୟା ବିଶିଷ୍ଟ ଅନୁସୂଚିତ ଜନଜାତି ବାଳକ ହଷ୍ଟେଲ , ୨୦୦ ଶଯ୍ୟା ବିଶିଷ୍ଟ ଅନୁସୂଚିତ ଜନଜାତି ବାଳିକା ହଷ୍ଟେଲ ଓ ୪ ଗୋଟି ଷ୍ଟାଫ କ୍ୱାଟର ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଥିବା ସେ ପ୍ରକାଶ କରିଛନ୍ତି ।ପଟ୍ଟାଙ୍ଗୀ ବ୍ଲକ ତରଫରୁ ୧୫ ଲକ୍ଷ ଟଙ୍କା ବିନିମୟରେ କୋଟିଆ ମାର୍କେଟ ପିଣ୍ଡିର ଛାତ ନିର୍ମାଣ ଶେଷ ହୋଇଯାଇଥିବା ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ସଂଜୟ କେସପେଟା ସୂଚନା ଦେଇଛନ୍ତି । ୨୫ ଲକ୍ଷ ଟଙ୍କା ବିନିମୟରେ ବିପିଜିଓାଇ କଲୋନୀର ସୁରକ୍ଷା କାନ୍ଥ ଓ ପାନୀୟ ଜଳ ଯୋଗାଣ ,୮ ଲକ୍ଷ ଟଙ୍କା ବିନିମୟରେ ନୂତନ ହସପିଟାଲକୁ ପାନୀୟ ଜଳ ଯୋଗାଣ ,୧୫ ଲକ୍ଷ ଟଙ୍କା ବିନିମୟରେ ନୂତନ ହସପିଟାଲର ପାଚେରୀ ଓ ସୁରକ୍ଷା କାନ୍ଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଥିବା ସେ ପ୍ରକାଶ କରିଛନ୍ତି ।