Home ଓଡ଼ିଶା ଭାଜପା କାର୍ଯ୍ୟକର୍ତ୍ତା ସମାବେଶ ରେ ସମ୍ବିତ୍ ପାତ୍ର ଙ୍କ ଗୁରୁମନ୍ତ୍ର

ଭାଜପା କାର୍ଯ୍ୟକର୍ତ୍ତା ସମାବେଶ ରେ ସମ୍ବିତ୍ ପାତ୍ର ଙ୍କ ଗୁରୁମନ୍ତ୍ର

40

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୭/୦୯- ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ରେ ସେପ୍ଟେମ୍ବର ୭ ତାରିଖ ମଧ୍ୟାନ୍ନ ରେ ବ୍ରଜରାଜପୁର ଗ୍ରାମପଞ୍ଚାୟତ ତାରିଣୀ ପୀଠ ରେ ରଣପୁର ମଣ୍ଡଳ ର ଭାରତୀୟ ଜନତା ପାର୍ଟି ର ଏକ କାର୍ଯ୍ୟକର୍ତ୍ତା ସମାବେଶ ଜିଲ୍ଲା ସାଧାରଣ ସମ୍ପାଦକ ପରେଶ ମିଶ୍ର ଙ୍କ ଅଧ୍ୟକ୍ଷତା ରେ  ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଭାଜପା ର ରାଷ୍ଟ୍ରୀୟ ମୁଖପାତ୍ର ତଥା ବିଗତ ନିର୍ବାଚନ ରେ ଅଳ୍ପ ଭୋଟ ରେ ହାରିଥିବା ସାଂସଦ ପୁରୀ ପ୍ରାର୍ôଥ ସମ୍ବିତ୍ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୁର୍ବତନ ମନ୍ତ୍ରୀ ତଥା ରଣପୁର ପୁର୍ବତନ ବିଧାୟିକା ସୁରମା ପାଢୀ ସମ୍ମାନୀତ ଅତିଥି ଭାବେ ଓ ନୟାଗଡ ଜିଲ୍ଲା ଭାଜପା ପ୍ରଭାରି ଯୋଗ ଦେଇଥିଲେ । ରଣପୁର ମଣ୍ଡଳ ର ଲୋଧାଚୁଆ, ରଙ୍କଦେଉଳି , ଖତିଆ, ବ୍ରଜରାଜପୁର ଓ ବୃନ୍ଦାବନପୁର  ର ପ୍ରାୟ ୩ ଶହ ରୁ ଉର୍ଦ୍ଧ କର୍ମୀ ଯୋଗ ଦେଇଥିଲେ । ବ୍ରଜରାଜପୁର ର ଅଶୋକ ମହାନ୍ତି , ପୁର୍ବତନ ସରପଞ୍ଚ ସ୍ୱର୍ଣ୍ଣଲତା ପାତ୍ର , ପୁର୍ବତନ ସମିତି ସଭ୍ୟ ବିଦ୍ୟାଧର ମହାନ୍ତି ଓ ପ୍ରଭାକର ମହାନ୍ତି ଯୋଗ ଦେଇ ନିଜ ନିଜ ର ମନ୍ତବ୍ୟ ପ୍ରକାଶ କରିଥିଲେ । ସୁରମା ପାଢୀ ନିଜର ଓଜସ୍ୱନୀ ଅଭିଭାଷଣ ରଖିବା ପରେ ସମସ୍ତେ ଗତ ଲୋକସଭା ନିର୍ବାଚନ ପରେ ସମ୍ବିତ୍ ପାତ୍ର ପ୍ରଥମ କରି ରଣପୁର ରେ ପାଦ ଦେଇଥିବାରୁ ଲୋକମାନେ ଟୁପୁରୁ ଟାପୁରୁ ହେଉଥିଲେ ।

କିନ୍ତୁ ଆଗାମୀ ନିର୍ବାଚନ କୁ ଦୃଷ୍ଟିରେ ରଖି ଭାଜପା ର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର ରାଜ୍ୟ ସରକାର ମୁଖ୍ୟ ନବୀନ ପଟ୍ଟନାୟକ ଉଦେଶ୍ୟ ରେ ବିରୋଧାଭାଷ କରି ଗର୍ଜନ କରିଥିବା ବେଳେ ଆଗାମୀ ନିର୍ବାଚନ ରେ ଆଉ ୫ ଶହ ଟଙ୍କା ଦେଇ ଭୋଟ କିଣିବା ଚଳିବ ନାହିଁ ବୋଲି କହିଥିଲେ । ସେବା ଆଉ ପରିଶ୍ରମ କୁ ମୂଳମନ୍ତ୍ର କରି ଭାରତୀୟ ଜନତା ପାର୍ଟି ଆଗାମୀ ନିର୍ବାଚନ ରେ ବିଜୟ ଲାଭ କରି କ୍ଷମତା ଦଖଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ରଙ୍କ ଦେଉଳି ର ପୁର୍ବତନ ସରପଞ୍ଚ ମାଧବ ଚନ୍ଦ୍ର ସାହୁ ଯେକି  ପ୍ରଶାସନ ଦ୍ୱାରା ପଦହରାଇ ଥିଲେ ସେ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇ ସମ୍ବର୍ଦ୍ଧିତ ହୋଇଥିଲେ । ସେହିଭଳି ଭାବରେ ଅପରାହ୍ନ ରେ ଗୋପାଳପୁର ମଣ୍ଡଳ କର୍ମକର୍ତ୍ତା ସମାବେଶ ଗୋପାଳପୁର କଲ୍ୟାଣୀ ମଣ୍ଡପ ରେ ଓ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ସମାବେଶ ଭାଜପା ରଣପୁର କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଅଛି । ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର ସେଠାରେ ମଧ୍ୟ ସେବା ଓ ପରିଶ୍ରମ ମୂଳମନ୍ତ୍ର କହି ଗୁରୁ ମନ୍ତ୍ର ପ୍ରଦାନ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.