Home ଓଡ଼ିଶା ରଣପୁର ପୁର୍ତ୍ତ  ବିଭାଗ ବରମୂଳ ଛକ ରାସ୍ତା ପାଲଟିଛି ମରଣଯନ୍ତା

ରଣପୁର ପୁର୍ତ୍ତ  ବିଭାଗ ବରମୂଳ ଛକ ରାସ୍ତା ପାଲଟିଛି ମରଣଯନ୍ତା

33

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୧/୦୮- ନୟାଗଡ ଜିଲ୍ଲା ରଣପୁର ପୁର୍ତ୍ତ ବିଭାଗ ରଣପୁର ଚାନ୍ଦପୁର ରାସ୍ତା ର ବଳମୂଳ ଛକ ଠାରେ ଥିବା ନଳାପୋଲ ର ଉଭୟ ପଟ ରାସ୍ତା ମରଣଯନ୍ତା ପାଲଟିଛି । ନଳାପୋଲ ର ନିର୍ମାଣ କାର୍ଯ୍ୟ ୧ ବର୍ଷ ରୁ ଉର୍ଦ୍ଧ ହୋଇଥିଲେ ମଧ୍ୟ ସଂଯୋଗୀ କରଣ ରାସ୍ତା କୁ ଠିକ୍ ଭାବରେ ନିର୍ମାଣ କରାଯାଇନାହିଁ । ଯାହାଫଳ ରେ ଦୁର୍ଘଟଣା ର ସମ୍ମୁଖିନ ହେଉଛନ୍ତି ଯାତ୍ରୀ । ରାସ୍ତା ବର୍ଷା ସମୟରେ ଝରଣା ଓ ଛୋଟ ଛୋଟ ପୁଷ୍କରଣୀର ଭ୍ରମ ସୃଷ୍ଟି କରୁଛି । ଯାହାଫଳ ରେ ମୋଟର ସାଇକେଲ ରେ ଯାତାୟତ କରୁଥିବା ଯାତ୍ରୀ ମାନେ ନାହିଁ ନଥିଲା ଅସୁବିଧା ଭୋଗ କରୁଛନ୍ତି ।

ଏସର୍ମ୍ପକେ ରଣପୁର ପୁର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଦୟାନିଧି ରାୟଗୁରୁ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ପୋଲ ନିର୍ମାଣ ସମୟରେ ବ୍ୟୟ ଅଟକଳ ମଧ୍ୟରେ ୧୫ ମିଟର ସଂଯୋଗୀ କରଣ ରାସ୍ତା ରହିଥିଲା । କିନ୍ତୁ ବରମୂଳ ଗ୍ରାମବାସୀ ଙ୍କ ବିରୋଧ ପରେ ନଳାପୋଲ ଟିକୁ ଉସାର କମ୍ କରାଯାଇ ଉଚ୍ଚତା ଅଧିକ କରାଯାଇଥିଲା । ଯାହାଫଳ ରେ ସଂଯୋଗୀ କରଣ ରାସ୍ତା ର ଲମ୍ବ ବଢି ଯାଇଥିଲା । ତେଣୁ ଠିକାଦାର ଙ୍କ ଚୁକ୍ତିନାମା ଶେଷ ହୋଇଯାଇଅଛି । ଲଗାତର ବର୍ଷା ଲାଗି ରହିବାରୁ ଆଉ ୧୫ ଦିନ ପରେ ସ୍ୱତନ୍ତ୍ର ପାଣ୍ଠି ରୁ ଅର୍ଥ ବିନିଯୋଗ କରି ସଂଯୋଗୀ କରଣ ରାସ୍ତା କୁ ପିଚୁ କରାଯିବ । ବର୍ତ୍ତମାନ ରାସ୍ତା ଅଗମ୍ୟ ପାଲଟିଥିବାରୁ ପଥର ଗୁଣ୍ଡ ପକାଇ ଯାତାୟତ ଉପଯୋଗୀ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.