Home ଜିଲ୍ଲା ପରିକ୍ରମା ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର ଓ ଆଶ୍ରମ ଅନ୍ତେବାସୀଙ୍କୁ ରନ୍ଧାଖାଦ୍ୟ ପ୍ରଦାନ

ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର ଓ ଆଶ୍ରମ ଅନ୍ତେବାସୀଙ୍କୁ ରନ୍ଧାଖାଦ୍ୟ ପ୍ରଦାନ

58

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଖଡିପଦା ପଂଚାୟତ କାଂଜିଆପାଳ ମହାପୁରୁଷ ଆଶ୍ରମ ପରିସରରେ ଓଡିଶାର ସର୍ବପୁରାତନ ସାମ୍ବାଦିକ ସଂଘ ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସଂଘର ଜିଲ୍ଲା ସଭାପତି ତଥା ରାଜ୍ୟ ଶୃଙ୍ଖଳା କମିଟି ଅଧ୍ୟକ୍ଷ ରବି ନାରାୟଣ ଖିଲାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଆବାହକ ଅବିନାଶ ପଣ୍ଡା, ଉପସଭାପତି ସୁଧାକର ଦାଶ, ଦିପ୍ତିରଂଜନ ନାୟକ,ରାଜେନ୍ଦ୍ର ଶତପଥି, ଧାମନଗର ବ୍ଲକ ସଭାପତି ଅନନ୍ତ ଜେନା, ବରିଷ୍ଠ ସାମ୍ବାଦିକ ଦୁର୍ଯ୍ୟୋଧନ ଲେଙ୍କା, ଦେବେନ୍ଦ୍ର ଆନ୍ଦିଆ, ସାଧନ ଧଳ, ଭଗବାନ ସାମଲ, ସନ୍ତୋଷ ଦାସ,ମାନଗୋବିନ୍ଦ ଜେନା, ବିବେକାନନ୍ଦ ସାମଲ, ଗୌରାଙ୍ଗ ଦାଶ, ସଂଜୀବ ମହାନ୍ତି, ପ୍ରିୟଙ୍କା ପଣ୍ଡା ପ୍ରମୁୁଖ ଯୋଗଦେଇଥିଲେ । ସାମ୍ବାଦିକ ମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ଦାୟିତ୍ୱ ତୁଲାଇବା ସହ ବିଭିନ୍ନ ଅନ୍ୟାୟ, ଅନୀତି, ଭ୍ରଷ୍ଟାଚାର ଇତ୍ୟାଦି ସର୍ମ୍ପକରେ ଲୋକମାନଙ୍କୁ ଅବଗତ କରାଇବା ସହ ସମାଜକୁ ବିଭିନ୍ନ ଦିଗ୍‌ଦର୍ଶନ ଦେଇଆସୁଛନ୍ତି । ଏ ନେଇ ବହୁ ବାଧା ବିଘ୍ନର ସମ୍ମୁଖୀନ ହେଉଥିବା ସାମ୍ବାଦିକ ମାନଙ୍କର ସୁରକ୍ଷା ଦିଗରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଚଳନ, କର୍ମରତ ସାମ୍ବାଦିକଙ୍କୁ ପାରିଶ୍ରମିକ ସହ ବୟୋଜ୍ୟଷ୍ଠ ମାନଙ୍କୁ ପେନସନ୍ ପ୍ରଦାନ ପାଇଁ ସରକାରଙ୍କ ଠାରେ ଦାବି କରାଯିବାକୁ ସର୍ବସମ୍ମତ ମତ ପ୍ରକାଶ ପାଇଥିଲା । ସାଧାରଣ ମୃତ୍ୟୁରେ ସାମ୍ବାଦିକ ପରିବାରକୁ ୫ଲକ୍ଷ ଟଙ୍କା ପ୍ରଦାନ ସହ ସ୍ୱାସ୍ଥ୍ୟ ବୀମା ରାଶି ଦ୍ୱିଗୁଣିତ କରିବାକୁ ଆଲୋଚନା ପ୍ରସଙ୍ଗରେ ଦାବି କରାଯାଇଥିଲା । ଏହି ଅବସରରେ ସଂଘ ପକ୍ଷରୁ ଆଶ୍ରମ ଅନ୍ତେବାସୀଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଥିଲା । ଏଥିସହିତ ଆଗାମୀ ଦିନରେ ସଂଘ ପକ୍ଷରୁ ବହୁ ଜନହିତକର କାର୍ଯ୍ୟ କରାଯିବାକୁ ନିଷ୍ପତି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଶ୍ରମ ପରିଚାଳନା କମିଟିର ସମ୍ପାଦକ ସାମ୍ବାଦିକ ମଦନ ମୋହନ ଦାସ,ପୂର୍ବତନ ସମ୍ପାଦକ ଦାମୋଦର ନନ୍ଦ, ସଭ୍ୟ ରବିନ୍ଦ୍ର କୁମାର ପାଣିଗ୍ରାହୀ,ସମାଜସେବୀ ରିଚା ମହାନ୍ତି, ମାନସ ରଂଜନ ସାହୁ, ହରିହର ବେହେରା ପ୍ରମୁଖ ଉପସ୍ଥିତ ଥାଇ ସହଯୋଗ କରିଥିଲେ । ସାମ୍ବାଦିକ ସଂଘର ଏଭଳି ଆଦର୍ଶ କାର୍ଯ୍ୟକ୍ରମ ପାଇଁ ସାଧାରଣରେ ପ୍ରଶଂସା କରାଯିବା ସହ ଶେଷରେ ଆଶ୍ରମ ପରିଚାଳନା କମିଟିର ସଭ୍ୟ ରାଜକିଶୋର ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.