Home ଜିଲ୍ଲା ପରିକ୍ରମା ଆଦିବାସୀ ପରିବାରର ବହୁ ସଦସ୍ୟ ରାସନସାମଗ୍ରୀରୁ ବଞ୍ôଚତ

ଆଦିବାସୀ ପରିବାରର ବହୁ ସଦସ୍ୟ ରାସନସାମଗ୍ରୀରୁ ବଞ୍ôଚତ

30

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ନପଙ୍ଗ ପଞ୍ଚାୟତ ଜୋରାଗଡିଆ ଗ୍ରାମର ବହୁ ଆଦିବାସୀ ପରିବାର ସଦସ୍ୟମାନେ ରାସନ ସାମଗ୍ରୀରୁ ବଞ୍ôଚତ ହୋଇଛନ୍ତି । ପରିବାର ସଦସ୍ୟ ସଂଖ୍ୟା କାର୍ଡରେ ଉଲ୍ଲେଖ ଥିବା ସତ୍ତ୍ୱେ ଅପେକ୍ଷାକୃତ କମ ସଦସ୍ୟଙ୍କୁ ସାମଗ୍ରୀ ବିତରଣ କରାଯାଉଛି । ବହୁ ବ୍ୟକ୍ତିଙ୍କ ଆଧାର ମ୍ୟାଚ କରୁନଥିବା କାରଣ ଦର୍ଶାଇଛି ବିଭାଗ । ଫଳରେ ସାମଗ୍ରୀ ଯୋଗାଣରେ ବାଧାସୃଷ୍ଟି ହୋଇଛି ବୋଲି ବିଭାଗ ସଫେଇ ଦେଇଛି । କରୋନା ଜନିତ ଲକଡାଉନ ଓ ସର୍ଟଡାଉନ ସମୟରେ ଆଦିବାସୀ ପରିବାର ବହୁ ଦୁଃଖକଷ୍ଟରେ ଦିନ ବିତାଉଛନ୍ତି । ଆଧାର ସମ୍ପର୍କୀୟ ଧାରଣା ସେମାନଙ୍କର ନାହିଁ । ତେଣୁ ଉପଯୁକ୍ତ ସମୟରେ ଆଧାର ସଠିକ ଉପସ୍ଥାପନ କରି ସାମଗ୍ରୀ ହାସଲ କରିବା ସାମର୍ଥ୍ୟ ସେମାନଙ୍କର ନାହିଁ । ଏହାର ଅସୁବିଧା ଏହି ନୀରିହ ଆଦିବାସୀମାନଙ୍କୁ ଭୋଗିବାକୁ ପଡୁଛି ବୋଲି ସେମାନେ କହିଛନ୍ତି । ଗତ ଚାରି ମାସ ଧରି ଏହି ଆଦିବାସୀମାନେ ଆଧାର ଦାଖଲ କରିସାରିଛନ୍ତି । ହେଲେ ଆଧାର ସୁଧାର ନଆସିବା କୁହାଯାଇ ସାମଗ୍ରୀ ଦିଆଯାଉ ନାହିଁ । ଏଥିପାଇଁ ଦୃଷ୍ଟି ଦିଆଯିବ ବୋଲି ବ୍ଲକ ମାର୍କେଟିଂ ଇନିସପେକ୍ଟର ରେବତୀସ ସିଂ ନାୟକ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.