Home ଜିଲ୍ଲା ପରିକ୍ରମା ଜିଲ୍ଳା ବରିଷ୍ଠ ନାଗରିକ ମହାସଂଘ କାର୍ଯ୍ୟକାରିଣୀ ବୈଠକ, ବରିଷ୍ଠଙ୍କୁ ଅବହେଳା ନେଇ ଅସନ୍ତୋଷ

ଜିଲ୍ଳା ବରିଷ୍ଠ ନାଗରିକ ମହାସଂଘ କାର୍ଯ୍ୟକାରିଣୀ ବୈଠକ, ବରିଷ୍ଠଙ୍କୁ ଅବହେଳା ନେଇ ଅସନ୍ତୋଷ

55

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର କାର୍ଯ୍ୟକାରିଣୀ ବୈଠକ ଲଲାଟେନ୍ଦୁ ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର ଜିଲ୍ଲା ମୁଖ୍ୟଚିକିତ୍ସାଲୟରେ ବରିଷ୍ଠ ନାଗରିକ ମାନେ ଚିକିତ୍ସା ପାଇଁ ଲମ୍ବା ଲାଇନରେ ଛିଡ଼ା ହୋଇ କାଉଣ୍ଟରରୁ ଟିକେଟ ଆଣି ଡାକ୍ତର ପରାମର୍ଶ କରିବା ପାଇଁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡି ଘଣ୍ଟା ଘଣ୍ଟା ଅପେକ୍ଷାରେ ରହୁଛନ୍ତି । ଯାହାକୁ ନେଇ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାର ସମାଧାନ ନିମନ୍ତେ ମୁଖ୍ୟଚିକିତ୍ସାଧିକାରୀଙ୍କୁ ମହାସଂଘର ଏକ ପ୍ରତିନିଧି ମଣ୍ଡଳୀ ଭେଟି ଅଭିଯୋଗ କରିବାକୁ ଆଜିର ବୈଠକରେ ନିଷ୍ପତି ହୋଇଛି । ଗ୍ରାମାଞ୍ଚଳ ରୁ ଆସୁଥିବା ସମସ୍ତ ବରିଷ୍ଠ ନାଗରିକ ମୁଖ୍ୟ ଡାକ୍ତରଖାନରେ ଅସୁବିଧାରେ ପଡୁଛନ୍ତି । ଆଗରୁ ଟିକେଟ କାଉଣ୍ଟର ବରିଷ୍ଠଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଖୋଲା ଯାଉଥିଲା । ମାତ୍ର ଏବେର ମୁଖ୍ୟଚିକତ୍ସାଧିକାରୀ ଏହାକୁ ଉଠେଇ ଦେବାର କାରଣ କଣ ମହାସଂଘ ବୁଝିପାରୁନାହିଁ ବୋଲି ମତ ପ୍ରକାଶ ପାଇଥିଲା । ସଙ୍ଘର କାର୍ଯ୍ୟକାରିଣୀ ବୈଠକ ପ୍ରତି ମାସ ଦ୍ୱିତୀୟ ରବିବାର ଅନଷ୍ଠିତ ହେବ ବୋଲି କାର୍ଯ୍ୟକାରୀ ସଭାପତି ପଦ୍ମନ କୁମାର ରାୟ ପ୍ରକାଶ କରିଥିଲେ । ଉପସ୍ଥିତ ଉପଦେଷ୍ଟା ଏସ ଏମ ଫାରୁକ, ରଙ୍ଗ ବଲ୍ଲଭ ଜେନା, ପ୍ରଭାକର ମଲ୍ଲିକ, ନିହାର ଦାସ, କାର୍ଯ୍ୟକାରୀ ସଭ୍ୟ ଅଟଳ ବିହାରୀ ନାୟକ, ଶଶିକାନ୍ତ ପାଢ଼ୀ, ଗଦାଧର ପଣ୍ଡା, ବୈଲୋଚନ ବେହୁରିଆ, ପ୍ରଶାନ୍ତ କୁମାର ଦେ, ହରେକୃଷ୍ଣ ମହାକୁଡ଼ ଆଲୋଚନାରେ ଅଂଶ ଗ୍ରହଣ କରି ସ୍ୱାଧୀନତା ଦିବସ ପାଳନ ଓ ଜିଲ୍ଲାପାଳ ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟି ଜିଲ୍ଲାର ବରିଷ୍ଠ ନାଗରିକ ମାନଙ୍କର ସମସ୍ୟା ବାବଦରେ ଆଲୋଚନା କରି ଏହାକୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ସମାଧାନ କରାଯିବାକୁ ଚେଷ୍ଟା କରାଯିବ ବୋଲି ବୈଠକରେ କୁହାଯାଇଥିଲା । ସମ୍ପାଦକ ଶ୍ରୀ ମହାପାତ୍ର ଉପସ୍ଥିତ ସଭ୍ୟଙ୍କୁ ଧନ୍ୟବାଦ ଦେବା ପରେ ବୈଠକର ସମାପ୍ତି ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.