Home ଜିଲ୍ଲା ପରିକ୍ରମା ଫେରାର ଅଭିଯୁକ୍ତ ପ୍ରେମିକ ଗିରଫ

ଫେରାର ଅଭିଯୁକ୍ତ ପ୍ରେମିକ ଗିରଫ

100

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୁନ୍ଦରପୁର ଅଞ୍ଚଳର ଜଣେ ରୋଗୀ ଭଦ୍ରକ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ସେଠାରେ ଘଣ୍ଟେଶ୍ୱର ଅଂଚଳର ଜଣେ ରୋଗୀ ମଧ୍ୟ ଚିକିତ୍ସତ ହେଉଥିଲେ । ଏହି ସମୟରେ ରୋଗୀଙ୍କର ସମ୍ପର୍କୀୟଙ୍କ ସହିତ ସୁନ୍ଦରପୁର ଅଂଚଳର ମଧୁସୁଦନଙ୍କ ମଧ୍ୟରେ ଉକ୍ତ ଡ଼ାକ୍ତର ଖାନାରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ଫେସବୁକ୍ ଓ ହ୍ୱାଟସ୍‌ଆପ୍ ଚାଟିଂରେ ସେମାନଙ୍କ ପ୍ରେମ ସୁଦୃଢ ପରେ ଉଭୟଙ୍କ ମଧ୍ୟରେ ବିବାହର ପ୍ରତିଶୃତି ଓ ଦୈହିକ ସମ୍ପର୍କ ରଖିବା ପରେ ପ୍ରେମିକ ମଧୁସୁଦନ ଫେରାର ହୋଇଯାଇଥିଲେ । ସେତେବେଳେ ପ୍ରେମିକା ଧୂଷୁରୀ ଥାନାରେ ୨୦୧୯ ମସିହାରେ ଏକ ମାମଲା ରୁଜୁ କରିଥିଲେ । ପୋଲିସ କେସନଂ ୪୨/୧୯ରେ ଏକ ମାମଲା ମଧ୍ୟ ରୁଜୁ କରିଥିଲା । ହେଲେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ତେବେ ଦୁଇଦିନ ତଳେ ମଧୁସୁଦନ ନିଜ ଘର ସୁନ୍ଦରପୁରର ଥିବାବେଳେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ତାକୁ ଗିରଫ କରି କୋର୍ଟଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.