Home ଜିଲ୍ଲା ପରିକ୍ରମା ଧାନତଳି ପୋଡ଼ିଗଲା, ଚାଷୀ ମୁଣ୍ଡରେ ଚଡ଼କ

ଧାନତଳି ପୋଡ଼ିଗଲା, ଚାଷୀ ମୁଣ୍ଡରେ ଚଡ଼କ

53

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୈବି ଦୁର୍ବିପାକ ଚାଷୀମାନଙ୍କ ଉପରେ ବାରମ୍ବାର ଦାଉ ସାଧୁ ଥିବା ବେଳେ ଏଥର ଚାଷ କାର୍ଯ୍ୟ ଆରମ୍ଭରୁ ତଳି ପଡ଼ିଥିବା ଧାନ ଗଛରେ ଅଜଣା ରୋଗ ଆକ୍ରାନ୍ତ ଯୋଗୁଁ ସଂପୂର୍ଣ୍ଣ ପୋଡ଼ି ଯାଇ ନଷ୍ଟ ହୋଇ ଯାଇଛି । ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଭଗାରାମ ଓ ବଡ଼ବର୍ଚ୍ଚିକୟାଁ ପଂଚାୟତର ଆପ୍ତିରା ଅଂଚଳରେ ତଳି ପକାଯାଇଥିବା କିଆରୀ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାର ଚାଷୀମାନେ ଅଭିଯୋଗ କରିଛନ୍ତି । କାର୍ତ୍ତିକ ପାଢୀ, ବଟ କୃଷ୍ଣ ରାଉତ୍ , ସୁରେନ୍ଦ୍ର ରାଉତ, ରମାକାନ୍ତ ଧଳ, ମୂରଲୀଧର ରାଉତ ପ୍ରମୁଖ ଅଗ୍ରଣୀ ଚାଷୀମାନେ ଧାନ ତଳି ନଷ୍ଟ ହେବା ଯୋଗୁଁ ଏଥର ଚାଷ କରିବା କଷ୍ଟକର ବ୍ୟାପାର ବୋଲି ପ୍ରକାଶ କରିଛନ୍ତି । ତଳି ପକାଇବା ପୂର୍ବରୁ ଚାଷୀମାନେ ଆଗରପଡ଼ା ଅତିରିକ୍ତ କୃଷ୍‌ି ଅଧିକାରୀଙ୍କ ପରାମର୍ଶରେ ରୋଗ ଦାଉରୁ ଧାନତଳି ରକ୍ଷା ପାଇବା ପାଇଁ ଓା÷ଷଧ ମଧ୍ୟ ପକାଇଥିଲେ । ମାତ୍ର ଏହାପରେ ମଧ୍ୟ ଏହି ପରି ପରିସ୍ଥିତି ସୃଷ୍ଟି ହେବାରୁ ଚାଷୀ ଅସନ୍ତୋଷ ବୃଦ୍ଧିପାଉଛି । ଭିଏଡ଼ବ୍ଲ୍ୟୁଙ୍କ ପରିସ୍ଥତି ଅନୁଧ୍ୟାନ କରିବାକୁ ପଠାଯିବା ସହ ନାଟିଭୋ ଓ ପ୍ଲାଣ୍ଟାମାଇସିନ୍ ଓା÷ଷଧ ସିଂଚନ ପାଇଁ ପରାମର୍ଶ ଦିଆଯାଇଛି ବୋଲି ଅତିରିକ୍ତ କୃଷି ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.