Home ଜିଲ୍ଲା ପରିକ୍ରମା ବାଙ୍କତିରାରେ ଦୁଇ ଦିନିଆ କୃଷକ ତାଲିମ ଶିବିର, ମୁତ୍ତିକା ପରୀକ୍ଷା, ବିହନ ବିଶୋଧନ ଉପରେ ଗୁରୁତ୍ୱ

ବାଙ୍କତିରାରେ ଦୁଇ ଦିନିଆ କୃଷକ ତାଲିମ ଶିବିର, ମୁତ୍ତିକା ପରୀକ୍ଷା, ବିହନ ବିଶୋଧନ ଉପରେ ଗୁରୁତ୍ୱ

19

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କାଦବରାଙ୍ଗ ଗ୍ରାମପଞ୍ଚାୟତ ଅଧିନସ୍ଥ ବାଙ୍କତିରା ଠାରେ ଆଗରପଡ଼ା କୃଷି ବିଭାଗ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହାୟତାରେ ୨ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । କୃଷକମାନଙ୍କୁ ହେନଇ ଏହି ତାଲିମ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମ ଦିନରେ ସ୍ଥାନୀୟ ସମିତିସଭ୍ୟ ରମେଶ ଚନ୍ଦ୍ର ପହି ସଭାପତିତ୍ୱ କରିଥିଲେ । ଏଥିରେ ତାଲିମଦାତା ପୂର୍ବତନ କୃଷି ବିଶେଷଜ୍ଞ ଦିବାକର ସେଠୀ ପ୍ରଦିପ ପ୍ରଜ୍ଜ୍ୱଳନ ପୂର୍ବକ ମୃତ୍ତିକା ସଂରକ୍ଷଣ, ଅଧିକ ଅମଳକ୍ଷମ ଧାନଚାଷ ପ୍ରଣାଣୀ ବିଷୟରେ ତାଲିମ ପ୍ରଦାନ କରିଥିଲେ । ଭିଏଲଡ଼ବ୍ଲ୍ୟୁ ରାମଚନ୍ଦ୍ର ମୁର୍ମୂ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବ୍ଲକ ବୈଷୟିକ ପରିଚାଳକ ବିଶ୍ୱଜିତ ବେହେରା ତାଲିମର ମୁଖ୍ୟ ଉଦ୍ଦେଶ୍ୟ ଉପରେ କହିଥିଲେ । ସେହିଭଳି ୨ୟ ଦିବସରେ ଆଗରପଡ଼ା ସହକାରୀ କୃଷି ଅଧିକାରୀ ତୁଷାରକାନ୍ତ ପତି ମୃତ୍ତିକା ପରୀକ୍ଷା, ନମୁନା ସଂଗ୍ରହ, ବିହନ ବିଶୋଧନ, ଧାନଚାଷ ପ୍ରଣାଣୀ, କୀଟନାଶକ ଔଷଧ, ସାର ପ୍ରୟୋଗ ଓ ତଳିପକା ବିଷୟରେ ତାଲିମ ଦେଇଥିଲେ । ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ ସୋନାଲି ସାହୁ ତାଙ୍କ ବିଭାଗର ବିଭିନ୍ନ ଯୋଜନା ଓ ଉପକାରିତା ବିଷୟରେ ଆଲୋକପାତ କରିଥିବା ବେଳେ କମ୍ ଖର୍ଚ୍ଚରେ ଅଧିକ ଅମଳକ୍ଷମ ଚାଷ ବିଷୟରେ ଆଲୋଚନା କରିଥିଲେ । ଉକ୍ତ ତାଲିମ ଶିବିରରେ ବାଙ୍କତିରା ଗ୍ରାମର ଅଗ୍ରଣୀ ଚାଷୀ ଓ ବିଭିନ୍ନ ସ୍ୱୟଂସହାୟିକା ଗୋଷ୍ଠୀର ସଭାନେତ୍ରୀ ଓ ସମ୍ପାଦିକା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ତାପସ ଦାସ, କାଳନ୍ଦୀ ଜେନା, ରବିନ୍ଦ୍ର ଦାସ, ସୁରେଶ ଦାସ, ବସନ୍ତ ଗିରି, ନରେଶ ନାୟକ, ଜୀବନଜ୍ୟୋତି ମହାପାତ୍ର, ପ୍ରହଲ୍ଲାନ ମହାନ୍ତି, ଅନୁପମା ମଲ୍ଲିକ, ସରୋଜିନୀ ନାୟକ, ସାଗରିକା ଦାସ ଓ ସୁକାନ୍ତି ଦାସ ପ୍ରମୁଖ ତାଲିମ ଗ୍ରହଣ କରିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.