କୋରାପୁଟ ୦୭-୦୭(ଓଡିଆ ପୁଅ /ରଂଜନ ଦାସ) ବୁଧବାର କୋରାପୁଟ ଜିଲ୍ଲାରେ ୧୨ଜଣ ମହିଳାଙ୍କ ସମେତ ୩୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୪୫୭ରେ ପହଂଚିଛି । ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୫,ଜୟପୁର ପୌରାଂଚଳରୁ ୯ ଓ ସୁନାବେଡା ପୌରାଂଚଳରୁ ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ବୈପାରିଗୁଡା ବ୍ଲକରୁ ୧,ବୋରିଗୁମ୍ମା ବ୍ଲକରୁ ୧,ଜୟପୁର ବ୍ଲକରୁ ୪ ଏବଂ କୋରାପୁଟ ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କୁନ୍ଦୁରା ବ୍ଲକରୁ ୨,ଲମତାପୁଟ ବ୍ଲକରୁ ୧,ଲକ୍ଷ୍ମୀପୁର ବ୍ଲକରୁ ୧,ପଟ୍ଟାଙ୍ଗୀ ବ୍ଲକରୁ ୧ ଓ ସେମିଲିଗୁଡା ବ୍ଲକରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । କୋଟପାଡ ଏନଏସି ସମେତ ବନ୍ଧୁଗାଁ, ଦଶମନ୍ତପୁର,କୋଟପାଡ,ନନ୍ଦପୁର ଓ ନାରାୟଣପାଟଣା ବ୍ଲକରୁ ଆଜି ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ ୭ ତାରିଖ ସୁଦ୍ଧା ୪ ଲକ୍ଷ ୧୩ ହଜାର ୯୮୪ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ୧୭୭୪୫ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୬୪୯ ଟି ସକ୍ରୀୟ କେଶ୍ ରହିଛି । ଜିଲ୍ଲାରେ ଆଜି ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୬୩ରେ ପହଂଚିଛି ।