Home କୋରାପୁଟ           କୋରାପୁଟ ଜିଲ୍ଲାରେ ୩୨ଜଣ କରୋନା ପଜିଟିଭ ଚିହ୍ନଟ, ଜଣେ ମୃତ

          କୋରାପୁଟ ଜିଲ୍ଲାରେ ୩୨ଜଣ କରୋନା ପଜିଟିଭ ଚିହ୍ନଟ, ଜଣେ ମୃତ

67

କୋରାପୁଟ ୦୭-୦୭(ଓଡିଆ ପୁଅ /ରଂଜନ ଦାସ) ବୁଧବାର କୋରାପୁଟ ଜିଲ୍ଲାରେ  ୧୨ଜଣ ମହିଳାଙ୍କ ସମେତ   ୩୨ଜଣ  କରୋନା ପଜିଟିଭ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୮୪୫୭ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୫,ଜୟପୁର ପୌରାଂଚଳରୁ ୯ ଓ ସୁନାବେଡା ପୌରାଂଚଳରୁ ୪ ଜଣ   ପଜିଟିଭ ଚିହ୍ନଟ ହୋଇଛନ୍ତି ।  ସେହିପରି  ଆଜି  ବୈପାରିଗୁଡା ବ୍ଲକରୁ ୧,ବୋରିଗୁମ୍ମା ବ୍ଲକରୁ ୧,ଜୟପୁର ବ୍ଲକରୁ ୪  ଏବଂ କୋରାପୁଟ ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ କୁନ୍ଦୁରା ବ୍ଲକରୁ ୨,ଲମତାପୁଟ ବ୍ଲକରୁ ୧,ଲକ୍ଷ୍ମୀପୁର ବ୍ଲକରୁ ୧,ପଟ୍ଟାଙ୍ଗୀ ବ୍ଲକରୁ ୧ ଓ ସେମିଲିଗୁଡା ବ୍ଲକରୁ ୨ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି । କୋଟପାଡ ଏନଏସି ସମେତ ବନ୍ଧୁଗାଁ, ଦଶମନ୍ତପୁର,କୋଟପାଡ,ନନ୍ଦପୁର  ଓ ନାରାୟଣପାଟଣା ବ୍ଲକରୁ ଆଜି ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ  ୭ ତାରିଖ ସୁଦ୍ଧା ୪ ଲକ୍ଷ   ୧୩ ହଜାର  ୯୮୪ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୭୭୪୫ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ  ୬୪୯ ଟି ସକ୍ରୀୟ କେଶ୍‌  ରହିଛି ।  ଜିଲ୍ଲାରେ ଆଜି   ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା  ୬୩ରେ  ପହଂଚିଛି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.