Home ଓଡ଼ିଶା ରଣପୁର ବ୍ଲକ ଗାଁ କଲ୍ୟାଣ ସମିତି ରେ କୋଭିଡ୍ ଅର୍ଥ ମିଲିଭଗତ୍‌

ରଣପୁର ବ୍ଲକ ଗାଁ କଲ୍ୟାଣ ସମିତି ରେ କୋଭିଡ୍ ଅର୍ଥ ମିଲିଭଗତ୍‌

126

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୬/୦୭- ରାଜ୍ୟ ସରକାର କରୋନା ମହାମାରୀ ଦ୍ୱିତୀୟ ଲହର ଚାଲିଥିବା ବେଳେ ଗାଁ ଗାଁ ରେ ସ୍ୱାସ୍ଥ୍ୟ ସଚେତନତା ପାଇଁ ସରପଞ୍ଚ ମାନଙ୍କୁ ପଞ୍ଚାୟତ ର ଜିଲ୍ଲାପାଳ ଘୋଷଣା କରି ଅଙ୍ଗନାବାଡି କର୍ମୀ ଓ ଆଶା କର୍ମୀ ମାନଙ୍କୁ ବିନିଯୋଗ କଲେ । ପ୍ରତି ଅଙ୍ଗନାବାଡି କେନ୍ଦ୍ର ରେ ଗୋଟିଏ ଗୋଟିଏ ଗାଁ କଲ୍ୟାଣ ସମିତି ଗଠନ କଲେ । ଯାହାର ସଭାପତି ହେଉଛନ୍ତି ଗ୍ରାମୱାର୍ଡ ମେମ୍ବର ସମ୍ପାଦକ ହେଉଛନ୍ତି ଅଙ୍ଗନାବାଡି କର୍ମୀ । ଅଙ୍ଗନାବାଡି କର୍ମୀ , ଆଶା କର୍ମୀ ଓ ୱାର୍ଡ ମେମ୍ବର ମିଲିଭଗତ୍ କରି ଆସୁଥିବା ଅର୍ଥ ହଡପ୍ କରୁଥିବା ଅଭିଯୋଗ ହେଉଛି । ଏହି ଗାଁ କଲ୍ୟାଣ ସମିତି ପ୍ରତି ୩ ମାସ ରେ ବୈଠକ ବସି ଗ୍ରାମର ସ୍ୱାସ୍ଥ୍ୟ ସମସ୍ୟା ସର୍ମ୍ପକ ରେ ସମୀକ୍ଷା କରି ବିଭାଗୀୟ ଅଧିକାରୀ ଙ୍କୁ ଜଣାଇବା କଥା । ଏ ସବୁ ପାଇଁ ସରକାରୀ ଅର୍ଥ ଆସିଥାଏ । ଗାଁ କଲ୍ୟାଣ ସମିତି ର କାର୍ଯ୍ୟଧାରା ତଦାରଖ ପାଇଁ ଗ୍ରାମପଞ୍ଚାୟତ ସରପଞ୍ଚ  ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ନିର୍ଦେଶ ଦିଆଯାଇଅଛି । କିନ୍ତୁ ଗାଁ କଲ୍ୟାଣ ସମିତି ର କାର୍ଯ୍ୟଧାରା କେବଳ କାଗଜ ପତ୍ର ରେ ଚାଲିଥିବା ଅଭିଯୋଗ ହେଉଛି । ଧାରାବାହିକ ପ୍ରଣାଳୀ ରେ ଅର୍ଥ ଆସିବା ବ୍ୟତୀତ ଚଳିତ କୋଭିଡ୍ କଟକଣା ର ସଚେତନତା ପାଇଁ ଅଧିକ ୧୦ ହଜାର ଟଙ୍କା ଲେଖାଁଏ ପ୍ରତି ଗ୍ରାମ କଲ୍ୟାଣ ସମିତି କୁ ପ୍ରଦାନ କରାଯାଇଅଛି । ରଣପୁର ବ୍ଲକ ରାଜସୁନାଖଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ୨୧୩ ଗୋଟି ଗ୍ରାମ କଲ୍ୟାଣ ସମିତି ରହିଅଛି ।

ଏ ସର୍ମ୍ପକେ ରାଜସୁନାଖଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ବୈଦନାଥ ନନ୍ଦ ଙ୍କ ସହ ଯୋଗାଯୋଗ କରିବା ରେ କୁହନ୍ତି ୨୧୩ ଗୋଟି ଗ୍ରାମ କଲ୍ୟାଣ ସମିତି କୁ କୋଭିଡ୍ ପାଇଁ ୧୦ ହଜାର ଟଙ୍କା ଲେଖାଁଏ ଅର୍ଥ ପ୍ରଦାନ କରାଯାଇଅଛି । ପ୍ରତି ଗ୍ରାମ ପଞ୍ଚାୟତ ର ସରପଞ୍ଚ ଓ ସ୍ୱାସ୍ଥ୍ୟ କର୍ମୀ ମାନେ ପ୍ରଦାନ କରାଯାଇଥିବା ଅର୍ଥ କେଉଁ କେଉଁ ଭଳି କୋଭିଡ୍ ସଚେତନତା କାର୍ଯ୍ୟ ରେ ବିନିଯୋଗ ହେଉଛି ତାହା ତଦାରଖ କରିବା କଥା । ଏ ସର୍ମ୍ପକେ ବ୍ରଜରାଜପୁର ଗ୍ରାମପଞ୍ଚାୟତ ସରପଞ୍ଚ ସୁକାନ୍ତ ସାମନ୍ତରାୟ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଗ୍ରାମ କଲ୍ୟାଣ ସମିତି କୁ କୋଭିଡ୍ ସଚେତନତା ପାଇଁ ଅର୍ଥ ଆସିବା କଥା ଆମେ କେବଳ ଶୁଣିଛୁ । ଏ ସର୍ମ୍ପକେ ନା ମହିଳା ସ୍ୱାସ୍ଥ୍ୟ କର୍ମୀ ନା ଅଙ୍ଗନାବାଡି କର୍ମୀ ନା ୱାର୍ଡ ମେମ୍ବର ଆମ୍ଭ କୁ କେହି ପଚାରୁ ନାହାଁନ୍ତି । ଏମାନେ ମନଇଛା ଆସିଥିବା ଅର୍ଥ ଖର୍ଚ୍ଚ କରୁଛନ୍ତି । ବ୍ରଜରାଜପୁର ଗ୍ରାମ ପଞ୍ଚାୟତ ରେ ଏ ପର୍ଯ୍ୟନ୍ତ କୈାଣସି ପରିବାର କୁ ମୁହଁ ତୁଣ୍ଡି ସଫେଇ ସାମଗ୍ରୀ କି ସାବୁନ ବଣ୍ଟାଯାଇନାହିଁ । ଏହାର ବିଧିବଦ୍ଧ ତଦନ୍ତ ଆବଶ୍ୟକ । ସରକାରୀ ଯୋଜନା ସାଧାରଣ ଗ୍ରାମବାସୀ ଙ୍କ ପାଇଁ ଯୋଜନ ଦୂର ରେ ରହୁଅଛି । ଜିଲ୍ଲା ସ୍ତରୀୟ ଉଚ୍ଚ ଅଧିକାରୀ ଘଟଣାର ତଦନ୍ତ କରିବା ପାଇଁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି । ରଣପୁର ବ୍ଲକ ର ୩୭ ଗୋଟି ଗ୍ରାମପଞ୍ଚାୟତ ଓ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ରେ ଏହିଭଳି ଘଟଣା ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.