Home ଜିଲ୍ଲା ପରିକ୍ରମା ଡକ୍ଟର୍ସ ଦେ’ ରେ ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ ହେଲେ ଭଦ୍ରକର ଦୁଇ ଡାକ୍ତର

ଡକ୍ଟର୍ସ ଦେ’ ରେ ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ ହେଲେ ଭଦ୍ରକର ଦୁଇ ଡାକ୍ତର

41

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ସମାଜରେ ଡାକ୍ତରଙ୍କୁ ଦ୍ୱିତୀୟ ଈଶ୍ୱର କହନ୍ତି । କାହିଁକି ନା ମୃତ୍ୟୁମୁଖୀ ଅସହାୟ ବ୍ୟକ୍ତିଟିର ଜୀବନ ବଂଚାଇବା କ୍ଷେତ୍ରରେ ଏହି ମାନବରୂପୀ ଚିକିତ୍ସକ ହିଁ ଭଗବାନ ଭଳି କାର୍ଯ୍ୟ କରିଥାନ୍ତି । ଏଣୁ ଆଜିର ଦିନଟିକୁ ସମଗ୍ର ବିଶ୍ୱ ଡକ୍ଟର୍ସ ଡେ’ ଭାବେ ପାଳନ କରିଆସୁଛି । ପ୍ରତିବର୍ଷ ଭଳି ଏହି ଦିବସ ଅବସରରେ ଭଦ୍ରକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଭଦ୍ରକରେ କରୋନା ଜନିତ ସ୍ୱାସ୍ଥ୍ୟସେବା ସହ ଗରିବ ଅସହାୟ ଲୋକଙ୍କ ପାଇଁ ଦ୍ୱିତୀୟ ଈଶ୍ୱର ଭୂମିକା ଗ୍ରହଣ କରିଥିବା ଦୁଇଜଣ ପ୍ରତିଷ୍ଠିତ ଡାକ୍ତର ଝସକେତନ ମହାନ୍ତି ଓ ଅଧର ନାୟକଙ୍କୁ ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ପଣ୍ଡିତ ଦୈତ୍ୟାରି ମହାପାତ୍ର, ମିଡିଆ ସେଲ୍‌ର ଅଧ୍ୟକ୍ଷ ସାମ୍ବାଦିକ ପ୍ରମୋଦ ରାୟ, ସୁକାନ୍ତ ମହାନ୍ତି, ଅଭିରାମ ମିଶ୍ର ପ୍ରମୁଖ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ଚଳିତବର୍ଷର ସେବା ମୂର୍ତ୍ତି ଓ ସେବାଧର୍ମ ସମ୍ମାନରେ ସମ୍ମାନିତ କରିଛନ୍ତି । ତେବେ ଉତ୍କଳମଣି ଫାଉଣ୍ଡେସନର ଏଭଳି ମହତ୍ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଦୁଇ ଡାକ୍ତର । ଏଣୁ ସେମାନେ ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ଆଜି ସମଗ୍ର ବିଶ୍ୱ କରୋନା ଭଳି ମହାମାରୀ ବିରୁଦ୍ଧରେ ଲଢି ଆସୁଥିବାବେଳେ ଆମ ଦେଶରେ ଆଗଧାଡିର କରୋନା ଯୋଦ୍ଧା ଭାବେ ପରିଚିତ ୮୭୦ ଜଣ ଡାକ୍ତର ପ୍ରାଣବଳି ଦେଇଥିବାବେଳେ ସେମାନଙ୍କୁ ଏହିଭଳି ଭାବେ ଉତ୍ସାହିତ କରିପାରିଲେ, ସେମାନଙ୍କ ମନରେ ଶକ୍ତି ଓ ସାହସ ସଂଚୟ ହେବ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.