Home ଜିଲ୍ଲା ପରିକ୍ରମା ଓଡ଼ିଶା ଡ୍ରାଇଭର ମହାସଂଘ ଭଦ୍ରକ ଜିଲା ପକ୍ଷରୁ ମାସ୍କ, ସାନିଟାଇଜର ଓ ରନ୍ଧାଖାଦ୍ୟ ବଣ୍ଟନ, ଡ୍ରାଇଭରମାନଙ୍କ...

ଓଡ଼ିଶା ଡ୍ରାଇଭର ମହାସଂଘ ଭଦ୍ରକ ଜିଲା ପକ୍ଷରୁ ମାସ୍କ, ସାନିଟାଇଜର ଓ ରନ୍ଧାଖାଦ୍ୟ ବଣ୍ଟନ, ଡ୍ରାଇଭରମାନଙ୍କ ଦାବିକୁ ସରକାର ଯଥାଶୀଘ୍ର ପୂରଣ କରନ୍ତୁ – ଜିଲା ସଭାପତି ଶ୍ରୀ ସାହୁ

164

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ଡ୍ରାଇଭର ମହାସଂଘ, ଭଦ୍ରକ ଜିଲା ପକ୍ଷରୁ ସ୍ଥାନୀୟ ଚରମ୍ପା ଧାମରା ବ୍ରିଜ୍ ଠାରେ ମାସ୍କ, ସାନିଟାଇଜର ଓ ରନ୍ଧାଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ସଂପୂର୍ଣ୍ଣ କୋଭିଡ୍ ଗାଇଡ୍ ଲାଇନ୍ ପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜାତୀୟ ରାଜପଥରେ ଯାଉଥିବା ଡ୍ରାଇଭାର ଭାଇମାନଙ୍କୁ ମାସ୍କ, ସାନିଟାଇଜର ଓ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଭଦ୍ରକ ଜିଲା ସଭାପତି ଦିଲ୍ଲୀପ ସାହୁ ସଭାପତିତ୍ୱ କରିଥିବାବେଳେ ଏଥିରେ ଭଦ୍ରକ ଜିଲା ଟ୍ରକ ଆସୋସିଏସନ୍‌ର କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ଗୁପ୍ତା, ଛତ୍ରପତି ସେନାର ସଂପାଦକ ଦେବାଶିଷ ମହାପାତ୍ର, ପୁଲିସ୍ ବିଭାଗର ତିନି ଅଧିକାରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଡ୍ରାଇଭରମାନେ କରୋନା ଭ୍ୟାକସିନ୍ ଆଣୁଥିବାବେଳେ ସେମାନେ ଏପର୍ଯ୍ୟନ୍ତ ଭ୍ୟାକ୍ସିନେସନ୍ ହୋଇନଥିବା ବିଷୟ କ୍ଷୋଭର ସହ ଜିଲା ସଭାପତି ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସମସ୍ତ ଡ୍ରାଇଭର ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା, ଦ୍ୱିତୀୟ ସିପାହୀର ବିଧିବଦ୍ଧ ଭାବେ ମାନ୍ୟତା ଦିଆଯିବା, ୫୦ କିମି ଦୂରତା ଭିତରେ ଡ୍ରାଇଭରମାନଙ୍କ ପାଇଁ ରେଷ୍ଟରୁମ୍ ଓ ଶୌଚାଳୟର ବ୍ୟବସ୍ଥା କରାଯିବା, ଡ୍ରାଇଭରଙ୍କର ୬୦ ବର୍ଷ ପରେ ୨୦ ଲକ୍ଷର ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେବା ଭଳି ଦାବି ଓଡ଼ିଶା ଡ୍ରାଇଭର ମହାସଂଘ, ଭଦ୍ରକ ଜିଲା କମିଟି ପକ୍ଷରୁ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଭଦ୍ରକ ଜିଲା ସଂପାଦକ ପ୍ରଭାସ ନାୟକ, ଚାନ୍ଦବାଲି ବ୍ଲକ୍ ସଂପାଦକ ଦୀପକ ମହାନ୍ତି, ବାସୁଦେବପୁର ବ୍ଲକ୍ ସଂପାଦକ ମୁନା ମହାନ୍ତି, ତିହିଡି ବ୍ଲକ୍ ସଭାପତି ଜୀବନଜ୍ୟୋତି ଚାନ୍ଦ, ଧାମନଗରର ବ୍ଲକ୍ ସଭାପତି ବିଚିତ୍ର ମହାରଣା, ଭଣ୍ଡାରିପୋଖରୀର ବ୍ଲକ୍‌ର ମନୋଜ କୁମାର ଦାସ, ଚାନ୍ଦବାଲି ବ୍ଲକ୍‌ର ସଭାପତି ମନୁ ମାଇତି ପ୍ରମୁଖ ପରିଚାଳନା କରିଥିବାବେଳେ ଅନ୍ୟ ସମସ୍ତ ଡ୍ରାଇଭର ଭାଇମାନେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.