ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ସ୍ୱାସ୍ଥ୍ୟସେବା ନେଇ ବହୁ ଖବର ପ୍ରକାଶିତ ହେଉଛି । ତେବେ ଜିଲାରେ ବହୁ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଥିଲେ ମଧ୍ୟ ସେଠାରେ ଆବଶ୍ୟକ ଡାକ୍ତର ଓ ଫାର୍ମାସିଷ୍ଟଙ୍କ ଅଭାବ ସ୍ୱାସ୍ଥ୍ୟସେବାରେ ଅନ୍ତରାୟ ସୃଷ୍ଟି କରିଛି । ଖୋଦ୍ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଓ ବିଭିନ୍ନ ଅତ୍ୟାଧୁନିକ ପରୀକ୍ଷା ନିରୀକ୍ଷା ଯନ୍ତ୍ର ପରିଚାଳନା କରୁଥିବା ଅପରେଟରଙ୍କ ଅଭାବ ଯୋଗୁଁ କୋଟି କୋଟି ଟଙ୍କାର ମୂଲ୍ୟବାନ ଯନ୍ତ୍ରାଂଶ ଖତ ଖାଉଥିବାବେଳେ ଆଜି ଭଦ୍ରକ ସହରାଞ୍ଚଳ ଚରମ୍ପା ନିକଟ ପଥରଆଡି ଗ୍ରାମ ହାପି ହୋମ୍ ସ୍କୁଲ ନିକଟରେ ପୁଣି ନିର୍ମାଣ ହେବାକୁ ଯାଉଛି ଏକ ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର । ଏଥିନେଇ ଆଜି ସ୍ଥାନ ପରିଦର୍ଶନ କରିଛନ୍ତି ଭଦ୍ରକ ତହସିଲଦାର ନବକ୍ରିଷ୍ଣ ଜେନା । ତେବେ ଏହି ଘଟଣାକୁ ସହରର କେତେକ ବୁଦ୍ଧିଜୀବୀ ସ୍ୱାଗତ କରିଥିବାବେଳେ କଂଗ୍ରେସର ଜିଲା ସଭାପତି ସୁବ୍ରତ ଦାସ ନାପସନ୍ଦ କରିଛନ୍ତି । ତାଙ୍କ ଅଭିଯୋଗ ମୂଳେ ଜିଲାରେ ମୁଖ୍ୟ ଚିକିତ୍ସାଳୟ ସମେତ ଯେଉଁ କେତେକ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି, ସେଥିରେ ଖାଲି ପଡିଥିବା ଡାକ୍ତର ଓ ଫାର୍ମାସିଷ୍ଟ ପଦବୀକୁ ଆଗେ ପୂରଣ କରାଯାଇ ପରେ ନୂତନ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ହେବା ଦରକାର ।
Home ଜିଲ୍ଲା ପରିକ୍ରମା ଜିଲାରେ ବହୁ ଡାକ୍ତର ପଦବୀ ଫାଙ୍କା ପଡିଛି, ଏଣେ ନୂତନ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କାହା ସ୍ୱାର୍ଥରେ!