କୋରାପୁଟ ୦୭-୦୬(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ ସୋମବାର ଦିନ ୮୮ଜଣ ମହିଳାଙ୍କ ସମେତ ୧୮୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୨୧୩ରେ ପହଂଚିଛି । ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୩୦ ଜଣ ଚିହ୍ନଟ ହୋଇଥିବାବେଳେ ଜୟପୁର ପୌରାଂଚଳରୁ ୨୨,ସୁନାବେଡା ପୌରାଂଚଳରୁ ୧୫ ଏବଂ କୋଟପାଡ ଏନଏସିରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ବନ୍ଧୁଗାଁ ଓ ନାରାୟଣପାଟଣା ବ୍ଲକରୁ ଜଣେ ମଧ୍ୟ ଆକ୍ରାନ୍ତ ଚିହ୍ନଟ ହୋଇନାହାଁନ୍ତି । ସେହିପରି ବୈପାରିଗୁଡା ବ୍ଲକରୁ ୧୩, ବୋରିଗୁମ୍ମା ବ୍ଲକରୁ ୩୧,ଦଶମନ୍ତପୁର ବ୍ଲକରୁ ୨,ଜୟପୁର ବ୍ଲକରୁ ୮ ଓ କୋରାପୁଟ ବ୍ଲକରୁ ୪ଜଣ ଚିହ୍ନଟ ହୋଇଥିବାବେଳେ କୋଟପାଡ ବ୍ଲକରୁ ୫,କୁନ୍ଦୁରା ବ୍ଲକରୁ ୩,ଲମତାପସ୍ୱଙ୍କ ବ୍ଲକରୁ ୮,ଲକ୍ଷ୍ମୀପୁର ବ୍ଲକରୁ ୮,ନନ୍ଦପୁର ବ୍ଲକରୁ ୬,ପଟ୍ଟାଙ୍ଗୀ ବ୍ଲକରୁ ୧୭ ଏବଂ ସେମିଲିଗୁଡା ବ୍ଲକରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ ୬ ତାରିଖ ସୁଦ୍ଧା ୨ ଲକ୍ଷ ୯୯ ହଜାର ୭୫୯ ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୬ ତାରିଖ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ୧୪୧୭୬ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୧୯୯୪ଟି ସକ୍ରୀୟ କେସ ରହିଛି ଓ ୪୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।